ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଆଇସିସି ମହିଳା ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଏକ ନୂଆ ଉପଲବ୍ଧି ହାସଲ କରିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପ୍ରସାରଣ କରୁଥିବା ବ୍ରଡକାଷ୍ଟର ‘ଷ୍ଟାର ସ୍ପୋର୍ଟ’ ରେକର୍ଡ ସଂଖ୍ୟକ ଲୋକେ ଦେଖିଛନ୍ତି । ପ୍ରସାରଣ ସଂସ୍ଥା ଦ୍ବାର ପ୍ରକାଶିତ ରିପୋର୍ଟ ଅନୁସାରେ, ଦର୍ଶକଙ୍କ ସଂଖ୍ୟା ଚଳିତଥର 3 ଗୁଣ ବୃଦ୍ଧି ହୋଇ 5.4 ବିଲିୟନ ମିନିଟରେ ପହଞ୍ଚିଛି | ଯାହା 2018 ସଂସ୍କରଣରେ, 1.8 ବିଲିୟନ ଥିଲା ।
ତେବେ ଫାଇନାଲ ମ୍ୟାଚରେ ହାରାହାରି 9.9 ନିୟୁତ ଦର୍ଶକଙ୍କ ରେକର୍ଡ ହୋଇଛି । ଯାହାକି କୌଣସି ମହିଳା ଟି -20 ମ୍ୟାଚ୍ ପାଇଁ ସର୍ବାଧିକ । ସେହିପରି ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହି ଫାଇନାଲ ମ୍ୟାଚକୁ ଏମସିଜି ଗ୍ରାଉଣ୍ଡରେ 86,174 ପ୍ରଶଂସକ ଦେଖିଛନ୍ତି । ତେବେ ଟି-20 ବିଶ୍ବକପର ଫାଇନାଲ ମ୍ୟାଚରେ ଭାରତକୁ 85ରନ ପରାସ୍ତ କରି ଅଷ୍ଟ୍ରେଲିଆ ପଞ୍ଚମ ଥର ପାଇଁ ମହିଳା ଟି -20 ବିଶ୍ୱକପ ମୁକୁଟ ପିନ୍ଧିଛି ।