ETV Bharat / sports

‘ସଚିନଙ୍କ ରେକର୍ଡକୁ ଭାଙ୍ଗିବାର କେବଳ କୋହଲିଙ୍କ ପାଖେ ଅଛି କ୍ଷମତା’

କ୍ରିକେଟର ସମସ୍ତ ଫର୍ମାଟରେ 34,357ରନ୍ ସଚିନଙ୍କ ନାମରେ ରହିଛି, ଯାହାକି କ୍ରିକେଟ ଇତିହାସରେ ସର୍ବାଧିକ । ସେହିପରି ସଚିନ 200 ଟେଷ୍ଟରେ 15,921ରନ 463ଟି ଦିନିକିଆରେ 18426ରନ ଓ ଏକମାତ୍ର ଅନ୍ତର୍ଜାତୀୟ ଟି -20ରେ 10ରନ ସଂଗ୍ରହ କରିଛନ୍ତି ।

virat-kohli-has-got-talent-fitness-and-mental-strength-to-go-past-sachin-tendulkar-brett-lee
‘ସଚିନଙ୍କ ରେକର୍ଡକୁ ଭାଙ୍ଗିବାର କେବଳ କୋହଲିଙ୍କ ପାଖେ ଅଛି କ୍ଷମତା’
author img

By

Published : Apr 25, 2020, 8:24 PM IST

Updated : Apr 25, 2020, 9:33 PM IST

ନୂଆଦିଲ୍ଲୀ: ଭାରତୀୟ କ୍ବିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରନ ରେକର୍ଡ ଏତେ ରହିଛି ଯେ, ଯାହା ପାଖରେ କୌଣସି ଖେଳାଳି ପହଞ୍ଚି ପାରିନାହାନ୍ତି । ମାତ୍ର ଅଷ୍ଟ୍ରେଲିଆର ପୂର୍ବତନ ପେସର୍ ବ୍ରେଟ୍ ଲି ଅନୁଭବ କରିଛନ୍ତି ଯେ କେବଳ ଭାରତୀୟ ଦଳର ବର୍ତ୍ତମାନ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ସଚିନଙ୍କ ରେକର୍ଡ ବ୍ରେକ କରିବାର କ୍ଷମତା ରହିଛି ।

ସୂଚନାଥାଉ କି, ସଚିନ ତେନ୍ଦୁଲକର 16 ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କାରି ଭାବେ ସେ ତାଙ୍କର 25 ବର୍ଷର କ୍ରିକେଟ କ୍ୟାରିଅର ଶେଷ କରିଥିଲେ । କ୍ରିକେଟର ସମସ୍ତ ଫର୍ମାଟରେ 34,357ରନ୍ ସଚିନଙ୍କ ନାମରେ ରହିଛି, ଯାହାକି କ୍ରିକେଟ ଇତିହାସରେ ସର୍ବାଧିକ । ସେହିପରି ସଚିନ 200 ଟେଷ୍ଟରେ 15,921ରନ 463ଟି ଦିନିକିଆରେ 18426ରନ ଓ ଏକମାତ୍ର ଅନ୍ତର୍ଜାତୀୟ ଟି -20ରେ 10ରନ ସଂଗ୍ରହ କରିଛନ୍ତି ।

ତେବେ ଲି ବିଶ୍ବାସ କରନ୍ତି, ବିରାଟ କୋହଲି ଜଣେ ବିଚକ୍ଷଣ ଖେଳାଳି । ମାନସିକ ଓ ଶାରୀରିକ ଭାବେ ଫିଟ ରହିବା ବିରାଟଙ୍କ ବିରାଟ ରେକର୍ଡ ପଛର କାରଣ ହୋଇଛି । କୋହଲିଙ୍କୁ 30 ଅତିକ୍ରମ କରିଥିଲେ ସୁଦ୍ଧା ସେ ଯେଉଁ ପରି ମାନସିକ ସ୍ଥରରେ ପିଟ ଅଛନ୍ତି ଓ ଯେପରି ଖେଳରେ ତାଙ୍କର ଧ୍ୟାନ ରହିଛି । ଏପରି ହେଲେ ଖୁବ ଶୀଘ୍ର ସେ ସଚିନଙ୍କ ଯେ କୌଣସି ରେକର୍ଡକୁ ଭାଙ୍ଗି ପାରିବେ ବୋଲି ଏହି ପୂର୍ବତନ ଅଷ୍ଟ୍ରେଲିୟ ବୋଲର କହିଛନ୍ତି ।

ଲି କହିଛନ୍ତି, ‘‘ତାଙ୍କ ସଫଳତା ପଛର ରାଜ 3ଟି କାରଣ । ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ପ୍ରତିଭା ଅନ୍ୟତମ । ତା’ପରେ ଫିଟନେସ୍ । ଏହା ପରେ ତାଙ୍କର ମାନସିକ ଶକ୍ତି । କୋହିଲି ଏପରି ଭାବେ ଗଲେ ଦିନେ ନା ଦିନେ ସେ ସଚିନଙ୍କ ରେକର୍ଡ ବ୍ରେକ କରିବେ ।’’ ସୂଚନାଥାଉ କି, ଅଷ୍ଟ୍ରେଲିଆ ପାଇଁ 76 ଟି ଟେଷ୍ଟ, 221 ଟି ଦିନିକିଆ ଏବଂ 25 ଟି -20 ଖେଳିଛନ୍ତି ବ୍ରେଟ୍‌ ଲି ।

Last Updated : Apr 25, 2020, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.