ETV Bharat / sports

ବିଜୟ ହଜାରେ ଟ୍ରଫି: ଶାର୍ଦ୍ଦୁଳ ଠାକୁରଙ୍କ ଦମଦାର 92, ବିଜୟୀ ମୁମ୍ବାଇ

author img

By

Published : Mar 1, 2021, 7:45 PM IST

ଶାର୍ଦ୍ଦୁଳ ଠାକୁର 92, ସୂର୍ଯ୍ୟକୁମାର ଯାଦବ 91 ଓ ଆଦିତ୍ୟ ତାରେ 83 ରନର ଉପଯୋଗୀ ଇଂନିସ ସହାୟତାରେ ହିମାଚଳ ସାମ୍ନାରେ 321/9 ରନ ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ଅଧିକ ପଢନ୍ତୁ...

Vijay Hazare Trophy: Shardul shines as Mumbai beat Himachal by 200 runs
ବିଜୟ ହଜାରେ ଟ୍ରଫି: ଶାର୍ଦ୍ଦୁଳ ଠାକୁରଙ୍କ ଦମଦାର 92, ବିଜୟୀ ମୁମ୍ବାଇ

ଜୟପୁର: ଚଳିତ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇର ବିଜୟ ଯାତ୍ରା ଜାରି ରହିଛି । ସୋମବାର ଏଲିଟ ଗ୍ରୁପ D ର ଏକ ମ୍ୟାଚରେ ହିମାଚଳପ୍ରଦେଶକୁ 200 ରନରେ ହରାଇଛି ମୁମ୍ବାଇ ।

ଦିଲ୍ଲୀ, ମହାରାଷ୍ଟ୍ର, ପୁଡୁଚେରୀ ଓ ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ଖେଳିଥିବା ପ୍ରଥମ 4ଟି ମ୍ୟାଚରେ ବିଜୟୀ ହୋଇଥିଲା । ସୋମବାର ହିମାଚଳ ବିପକ୍ଷ ମ୍ୟାଚ ସୱଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର 8 ରନ ମଧ୍ୟରେ 3 ୱିକେଟ ହରାଇ ସଙ୍କଟରେ ପଡିଥିଲା ଦଳ । ଓପନର ଜଶସ୍ବୀ ଜୟଶ୍ବାଲ 2, ପୃଥ୍ବୀ ଶ 2 ଓ ଶ୍ରେୟସ ଆୟର 2 ରନରେ ପାଭିଲିୟନ ଫେରିଥିଲେ । ତେବେ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଲଢୁଆ ପ୍ରଦର୍ଶନ କରିଥିଲେ ।

ଶାର୍ଦ୍ଦୁଳ ଠାକୁର 92, ସୂର୍ଯ୍ୟକୁମାର ଯାଦବ 91 ଓ ଆଦିତ୍ୟ ତାରେ 83 ରନର ଉପଯୋଗୀ ଇଂନିସ ସହାୟତାରେ 321/9 ରନ ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ।

ପରେ ମୁମ୍ବାଇ ବୋଲର ମାତ୍ର 121 ରନରେ ହିମାଚଳକୁ ରୋକିବା ସହ 200 ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା । ସ୍ପିନର ପ୍ରଶାନ୍ତ ସୋଲାଙ୍କି 31 ରନର ବ୍ୟୟରେ 4ଟି ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.