ନୂଆଦିଲ୍ଲୀ: କର୍ଣ୍ଣାଟକ ଓପନର ଦେବଦତ୍ତ ପାଦିକ୍କଲ ଗୁରୁବାର ମୟଙ୍କ ଅଗ୍ରୱାଲଙ୍କ ବିଜୟ ହଜାରେ ଟ୍ରଫିର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ର ରେକର୍ଡ ଭାଙ୍ଗିଛନ୍ତି । ଏଥିସହ ମୁମ୍ବାଇ କ୍ୟାପଟେନ ପୃଥୀ ଶ'ଙ୍କ ସହ ସମକକ୍ଷ ହୋଇଛନ୍ତି ।
ବାମହାତୀ ବ୍ୟାଟ୍ସମ୍ୟାନ ପାଦିକ୍କଲ ମୁମ୍ବାଇ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି । ପାଦିକ୍କଲ ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ମ୍ୟାଚ ପୂର୍ବରୁ 673 ରନ ସଂଗ୍ରହ କରିସାରିଥିଲେ ।
ସେମିଫାଇନାଲ ମୁକାବିଲାରେ ଆଉ ଏକ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ମୋଟ 737 ରନରେ ପହଞ୍ଚିଛନ୍ତି କର୍ଣ୍ଣାଟକ ଓପନର । ଫଳରେ 2017-18 ସଂସ୍କରଣରେ ମୟଙ୍କ ଅଗ୍ରୱାଲଙ୍କ 723 ରନର ରେକର୍ଡକୁ ଭଙ୍ଗ କରିଛନ୍ତି । ତେବେ ପୃଥୀ ଶ'ଙ୍କ ନାମରେ 754 ରନ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ