ETV Bharat / sports

ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ: ବାତିଲ କର ନହେଲେ ହରାଅ

ପାକିସ୍ତାନ ସହ ମ୍ୟାଚ ଖେଳିବା ନେଇ ଭାରତୀୟ କ୍ରିକେଟ ସମୁଦାୟ ଦୁଇ ଭାଗ ହୋଇଛନ୍ତି । କିଏ କହୁଛି ଖେଳିକି ହରାଅ ତ କିଏ କହୁଛି ବାତିଲ କର ।

ଫାଇଲ ଫଟୋ
author img

By

Published : Feb 23, 2019, 9:06 PM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ଭାରତର 40ରୁ ଅଧିକ ଯବାନ ଶହୀଦ ହେବା ପରେ ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ପାକିସ୍ତାନକୁ ଏକଘରକିଆ କରିବା ପାଇଁ ସାଧାରଣ ଜନତା ଦାବି କରୁଥିବାବେଳେ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । କୂଟନୀତିଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପାକିସ୍ତାନ ସହ ସମ୍ପର୍କ ଛିନ୍ନ କରିଛନ୍ତି ଭାରତ ସରକାର । ଏହିକ୍ରମରେ ପାକ୍‌ ସହ କ୍ରିକେଟ ନ ଖେଳିବା ପାଇଁ ସବୁ ମହଲରେ ଦାବି ଉଠୁଛି ।

ରିପୋର୍ଟ ଅନୁସାରେ ଆସନ୍ତା ଜୁନରେ ଇଂଲଣ୍ଡରେ ଦିନିକିଆ ବିଶ୍ୱକପ ଖେଳାଯିବ । ଏଥିରେ ଜୁନ 16ରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବା ନେଇ ନିର୍ଦ୍ଧାରିତ ହୋଇଛି । ତେବେ ପାକିସ୍ତାନ ବିପକ୍ଷରେ ଏହି ମ୍ୟାଚ ନ ଖେଳିବା ପାଇଁ ଭାରତରେ ଦାବି ହୋଇଛି । ରାଜନେତାଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ଦାବି କରିଛନ୍ତି । ଏହାସହ ଏଥିରେ ମଧ୍ୟ ପୂର୍ବତନ ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ତେବେ ପାକିସ୍ତାନ ସହ ମ୍ୟାଚ ଖେଳିବା ନେଇ ଭାରତୀୟ କ୍ରିକେଟ ସମୁଦାୟ ଦୁଇ ଭାଗ ହୋଇଛନ୍ତି । ଆସନ୍ତୁ ନଜର ପକାଇବା ଏହି ପ୍ରସଙ୍ଗ ଉପରେ କିଏ କଣ ମତ ଦେଇଛନ୍ତି ।

ପୂର୍ବତନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସେକ୍ରେଟାରୀ ସଞ୍ଜୟ ପାଟିଲ ପାକିସ୍ତାନ ସହ ମ୍ୟାଚ ବାତିଲ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ ଆମ ଯବାନ ଭାଇଙ୍କୁ ହରାଇଛୁ । ଏପରି କାପୁରୁଷ କାର୍ଯ୍ୟକୁ ଆମେ ବିରୋଧ କରିବା ସହ ଆଗାମୀ ବିଶ୍ୱକପରେ ପାକ୍‌ ବିପକ୍ଷ ମ୍ୟାଚକୁ ବାତିଲ ପାଇଁ ଦାବି କରୁଛୁ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ଉତ୍ତର ପ୍ରଦେଶ ମନ୍ତ୍ରୀ ଚେତନ ଚୌହାନ କହିଛନ୍ତି ଯେ ପାକିସ୍ତାନ ସହ ମ୍ୟାଚ ବାତିଲ କରିବା ଏତେ ସହଜ ନୁହେଁ । କ୍ରିକେଟରେ ଥିବା ନିୟମ ଅନୁସାରେ ହୁଏତ ଭାରତକୁ ଏଥିପାଇଁ ଫାଇନ ଦେବାକୁ ପଡିପାରେ ଅଥବା ବିଶ୍ୱକପରୁ ବ୍ୟାନ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି ।

undefined

ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳା ମଧ୍ୟ କହିଛନ୍ତି ଯେ ଭାରତ ସରକାରଙ୍କ ନିଷ୍ପତ୍ତି ବିନା ମ୍ୟାଚ ବାତିଲ କରିବା ଅସମ୍ଭବ । ତେବେ ଭାରତୀୟ ଅଫସ୍ପିନର ହରଭଜନ ସିଂହ କହିଛନ୍ତି ଯେ କ୍ରିକେଟ ଆଗରୁ ଆମ ପାଇଁ ଦେଶ ପ୍ରଥମ । ତେଣୁ ଟୁର୍ଣ୍ଣାମେଣ୍ଟରେ 2 ପଏଣ୍ଟ ନ ମିଳୁ ପଛେ କିନ୍ତୁ ପାକିସ୍ତାନ ସହ ମ୍ୟାଚ ଖେଳିବା ଉଚିତ ନୁହେଁ । ଭଜିଙ୍କ ସହ ସ୍ୱର ମିଳାଇଛନ୍ତି ପୂର୍ବତନ ଖେଳାଳି ଭିଭିଏସ ଲକ୍ଷ୍ମଣ । ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ସହ ମ୍ୟାଚ ବର୍ଜନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ତେବେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହା ଉପରେ ଆଉ ପାଦେ ଆଗେଇ ଯାଇ ପାକିସ୍ତାନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ କହିଛନ୍ତି । କେବଳ କ୍ରିକେଟ ନୁହେଁ ସେ କହିଛନ୍ତି ଯେ ପାକ୍‌ ସହ ସମସ୍ତ କ୍ରୀଡା ସମ୍ପର୍କ ବନ୍ଦ କରିଦେବା ଉଚିତ । ତେବେ ଏ ସମ୍ପର୍କରେ ଅଲଗା ମତ ପୋଷଣ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଖେଳ ବାତିଲ ନକରି ପାକିସ୍ତାନକୁ ଶୋଚନୀୟ ଭାବେ ହରାଇବା ପାଇଁ ସେ କହିଛନ୍ତି । ଟୁର୍ଣ୍ଣାମେଣ୍ଟରେ ପାକ୍‌କୁ 2 ପଏଣ୍ଟ ଦେବା ବଦଳରେ ତାହାକୁ ହରାଇ ପ୍ରତିଶୋଧ ନେବାକୁ ସେ ମତ ଦେଇଛନ୍ତି ।

ହେଲେ ସେ ଏହାମଧ୍ୟ କହିଛନ୍ତି ଯେ ତାଙ୍କ ପାଇଁ ଦେଶ ପ୍ରଥମ ଏବଂ ଦେଶବାସୀ ଯାହା କହିବେ ସେ ତାହାକୁ ସମର୍ଥନ କରିବେ । ଏପରି କିଛି ସମାନ ମତ ଦେଇଛନ୍ତି ଭାରତୀୟ ଦଳର ଅଧିନାୟକ ଓ ମୁଖ୍ୟ କୋଚ । କ୍ୟାପ୍ଟେନ କୋହଲି କହିଛନ୍ତି ଯେ ଦେଶବାସୀଙ୍କୁ ସେ ସମର୍ଥନ କରନ୍ତି । ତାଙ୍କ ପାଇଁ ଦେଶ ଆଗ । ତେବେ ପାକ୍‌ ସହ ମ୍ୟାଚ ଖେଳିବା ନେଇ ବିସିସିଆଇ ଓ ସରକାର ଯାହା ନିଷ୍ପତ୍ତି ନେବେ ତାହା ସପକ୍ଷରେ ସେ ଯିବେ । ରବି ଶାସ୍ତ୍ରୀ ମଧ୍ୟ କହିଛନ୍ତି ଯେ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଦିଅନ୍ତି । ତେଣୁ ସରକାର ଯାହା ନିଷ୍ପତ୍ତି ନେବେ ଭାରତୀୟ ଦଳ ତାହା ହିଁ କରିବ ।

undefined

ତେବେ ଏହା ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ରୁ ଭିନ୍ନ ମତ ମିଳିଛି । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚର ସିଡ୍ୟୁଲରେ କୌଣସି ପରିବର୍ତ୍ତନ ନ କରିବାକୁ ଆଇସିସି ସିଇଓ ଡେଭ ରିଚାର୍ଡସନ ପରାମର୍ଶ ଦେଇଛନ୍ତି । କ୍ରିକେଟ ରାଷ୍ଟ୍ର ଓ ସମୁଦାୟକୁ ଏକାଠି କରିଥାଏ । ତେଣୁ ମ୍ୟାଚ ବାତିଲ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଫେବୃୟାରୀ 27ରେ ଦୁବାଇରେ ହେବାକୁ ଥିବା ଆଇସିସି ବୈଠକରେ ଏହା ଉପରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ପ୍ରସଙ୍ଗ ଉପରେ ବିସିସିଆଇ, ଆଇସିସିକୁ ଚିଠି ଲେଖିବ ବୋଲି ପୂର୍ବରୁ ଆଶା କରାଯାଉଥିଲା । ଏଥିରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ବାଦ ଦେବା ପାଇଁ ଲେଖାଯିବ ବୋଲି ଅନୁମାନ କରାଯାଇଥିଲା । କିନ୍ତୁ ଏପରି କିଛି ହୋଇନଥିବାବେଳେ ବିଶ୍ୱକପରେ ଭାରତୀୟ ଖେଳାଳିଙ୍କ ସୁରକ୍ଷା ମାଗି ପ୍ରସଙ୍ଗକୁ ବଦଳାଇ ଦେଇଥିଲା ବିସିସିଆଇ । ଏବେ ଦେଖିବାକୁ ବାକି ରହିଲା ଏହା ଉପରେ ବିସିସିଆଇ ଓ ଆଇସିସିର ଆଗାମୀ ଆଭିମୁଖ୍ୟ କଣ ରହିବ ।

RESTRICTION SUMMARY: AP CLIENTS ONLY
SHOTLIST:   
ASSOCIATED PRESS - AP CLIENTS ONLY
Chittagong - 17 February, 2019
1. Various of firefighters working on fire
2. SOUNDBITE (Bangla) Jasim Uddin, Deputy Director of Fire Service and Civil Defence:
"While trying to control the fire, we formed a search team and the team found four dead bodies belonging to the same family. Later we looked into another room and found three more dead bodies. Lastly, we found one unidentified dead body. And in total we retrieved eight dead bodies up until now."
3. Relatives of a victim weeping as they carry body away
4. Various of women crying
5. Wide of group of people by covered bodies of victims
6. Close of covered bodies on ground
7. Various of local residents around scene of fire
STORYLINE:
A devastating blaze raced through a crammed impoverished area in southeastern Bangladesh on Sunday, killing at least nine people and injuring several others, a fire official said.
The fire broke out early in the morning in the Chaktai area of Chittagong city while the slum dwellers were asleep, according to the the official, Jasim Uddin.
At least 200 shanty homes were gutted before firefighters brought the blaze under control, Uddin said, adding that four of the dead were from a single family.
He said the cause of the fire was not yet known and that an investigation was ordered.
Chittagong is 216 kilometers (134 miles) southeast of the capital, Dhaka.
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.