ETV Bharat / sports

ଯୁବରାଜ: ଡେବ୍ୟୁ ଠାରୁ ବିଶ୍ବବିଜୟ ପର୍ଯ୍ୟନ୍ତ ଯାତ୍ରା - victory

ସରିଯାଇଛି କ୍ରିକଟରେ ଯୁବରାଜଙ୍କ ଯୁଗ । 17 ବର୍ଷର ଦୀର୍ଘ ଯାତ୍ରା ପରେ ଅବସର ନେଇଛନ୍ତି ଭାରତୀୟ କ୍ରିକେଟର ଯୁବରାଜ ସିଂହ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@BCCI
author img

By

Published : Jun 10, 2019, 11:45 PM IST

ମୁମ୍ବାଇ: ଏଣିକି ଆଉ ଷ୍ଟାଡିୟମରେ ଶୁଭିବନି ‘ଯୁବି, ଯୁବି’ ଡାକ । ଦେଖିବାକୁ ମିଳିବିନି ଆକାଶକୁ ଛୁଇଁ ଆସୁଥିବା ବିଶାଳକାୟ ଛକା । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି ଯୁବରାଜ ସିଂହ । ‘17 ବର୍ଷର ଲମ୍ବା ଯାତ୍ରା ପରେ ଶେଷରେ ମୁଁ ଅବସର ନେବାକୁ ନିଷ୍ପତ୍ତି ନେଇଛି’ ବୋଲି କହିଛନ୍ତି ଯୁବରାଜ ।

ତେବେ ଅବସର ନେବା ସହ ସେ ଭୁଲି ନାହାଁନ୍ତି ନିଜର ପ୍ରଥମ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ । ଯୁବରାଜ କହିଛନ୍ତି ‘ମତେ ମୋର ପ୍ରଥମ ମ୍ୟାଚ ଖେଳିବାକୁ ସୁଯୋଗ ଦେଇଥିବାରୁ ସୌରଭ ଗାଙ୍ଗୁଲିଙ୍କୁ ଧନ୍ୟବାଦ । ତାଙ୍କୁ ସବୁବେଳେ ସହଯୋଗ କରିଥିବାରୁ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଯୁବି ।

ଏହି ବାମ-ହାତି ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଅନେକ ମ୍ୟାଚରେ ଭାରତକୁ ବିଜୟ ଦେଇଛନ୍ତି । ତେବେ ନଜର ପକାଇବା ଯୁବରାଜଙ୍କର କିଛିଟା ଚିରସ୍ମରଣୀୟ ମୁହୂର୍ତ୍ତ ଉପରେ ।

ଚମ୍ପିଆନ୍ସ ଟ୍ରଫିରେ ଦିନିକିଆ ଡେବ୍ୟୁ- ଅଷ୍ଟ୍ରେଲିଆ ବିପକ୍ଷରେ 84ରନର ପାଳି

journey, yuvraj, cricket, debut match, 2011 world cop, victory, ଯୁବରାଜ ସିଂହ
ଫାଇଲ ଫଟୋ

2000 ମସିହା ଅକ୍ଟୋବର 3 ତାରିଖରେ ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମେ ଦେଖିବାକୁ ମିଳିଥିଲା ବ୍ୟାଟ ସହ ଯାଦୁ କରୁଥିବା ଏହି ବାମହାତି ବ୍ୟାଟ୍ସମ୍ୟାନଙ୍କୁ । କେନିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲେ ଯୁବରାଜ । କିନ୍ତୁ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇନଥିଲେ ସେ । ପରବର୍ତ୍ତୀ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିଜର ବ୍ୟାଟିଂ ଡେବ୍ୟୁ କରିଥିଲେ ଯୁବରାଜ । 80 ବଲରୁ 84 ରନ କରିଥିଲେ ସେ ଯାହାକି ସେହି ମ୍ୟାଚର ସର୍ବାଧିକ ସ୍କୋର ଥିଲା । ଭାରତ ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ 20ରେ ପରାଜିତ କରିଥିଲା ।

ନେଟୱେଷ୍ଟ ଏକଦିବସୀୟ ଫାଇନାଲ- ଲର୍ଡସ୍‌ରେ 69ରନ

ପ୍ରଥମେ ବ୍ୟାଟିଂ କରି 325 ରନ କରିଥିଲା ଇଂଲଣ୍ଡ । ସୌରଭ ଗାଙ୍ଗୁଲୀ ଓ ବିରେନ୍ଦ୍ର ସେହୱାଗ ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ଅଧିନାୟକ ଗାଙ୍ଗୁଲିଙ୍କ ଆଉଟ ହେବା ପରେ ସେହୱାଗ, ଦିନେଶ ମୋଙ୍ଗିଆ, ସଚିନ ତେନ୍ଦୁଲକର, ଓ ରାହୁଲ ଦ୍ରାବିଡ କେହି ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ ।

ତାପରେ ନିଜର 35 ତମ ମ୍ୟାଚ ଖେଳୁଥିବା ଯୁବରାଜ ଓହ୍ଲାଇଥିଲେ ମଇଦାନକୁ । ମହମ୍ମଦ କୈଫଙ୍କ ସହ ମିଶି 146 ରନର ଭାଗୀଦାରି କରିଥିଲେ ଯୁବରାଜ । 9ଟି ଚଉକା ଓ ଗୋଟିଏ ଛକା ସହ 69 ରନର ମ୍ୟାଚ ୱିନିଂ ପାଳି ଖେଳି ଟିମକୁ ବିଜୟୀ କରିଥିଲେ ଯୁବରାଜ ।

ପ୍ରଥମ ଏକଦିବସୀୟ ଶତକ

ନିଜ ହୋମ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ମ୍ୟାଚ ଖେଳୁଥିବା ବାଂଲାଦେଶକୁ 200 ରନରେ ମାତ ଦେଇଥିଲା ଭାରତ । ଏହି ମ୍ୟାଚରେ ନିଜର ପ୍ରଥମ ଶତକ ହାସଲ କରିଥିଲେ ଯୁବରାଜ । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ମାତ୍ର 2 ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ।

ଦ୍ବିତୀୟ ଏକଦିବସୀୟ ଶତକ

ଗାଙ୍ଗୁଲିଙ୍କ ନେତୃତ୍ୱରେ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳୁଥିଲା ଭାରତ । ଅଷ୍ଟ୍ରେଲିଆ ଠାରୁ 2 ୱିକେଟ ହାରିଯାଇଥିଲା ସୌରଭଙ୍କ ଟିମ । କିନ୍ତୁ ଯୁବରାଜଙ୍କ 143 ବଲରେ 139 ରନ ଜିତି ନେଇଥିଲା ସଭିଙ୍କ ହୃଦୟ ।

ଯୁବରାଜଙ୍କ 6 ବଲରେ 6 ଛକା

ଯୁବରାଙ୍କ କଥା ଯେବେ ଯେବେ ଉଠିବ ତାଙ୍କ 6 ବଲରେ 6 ଛକା କଥା ଆସେ । 2007 ଟି-20 ବିଶ୍ବକପରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରର 6ଟି ଯାକ ବଲକୁ ସୀମାରେଖା ପାର କରାଇଦେଇଥିଲେ ଯୁବରାଜ । ମାତ୍ର 12ଟି ବଲରେ ହାସଲ କରିଥିଲେ ଅର୍ଦ୍ଧଶତକ ।

2007 ଟି-20 ବିଶ୍ବକପ ସେମିଫାଇନାଲ

2007 ଟି-20 ବିଶ୍ବକପ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଗମ୍ଭୀର ଓ ସେହୱାଗ ଭାରତ ପାଇଁ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଶୀଘ୍ର ୱିକେଟ ପତନ ପରେ ମ୍ୟାଚ ଏକପ୍ରକାର ଅଷ୍ଟ୍ରେଲିଆ ହାତମୁଠାରେ ଥିବାଭଳି ଲାଗୁଥିଲା । କିନ୍ତୁ ଯୁବରାଜ ଆସି ମ୍ୟାଚ ଛଡାଇ ନେଇଥିଲେ ଅଷ୍ଟ୍ରେଲିଆ ହାତରୁ । 5ଟି ଛକା ଓ 5ଟି ଚଉକା ବଳରେ 38 ବଲରେ 70ରନ କରିଥିଲେ ଯୁବି ।

ଯୁବରାଜଙ୍କ 70 ରନ ବଳରେ ଭାରତର ସ୍କୋର ପହଁଞ୍ଚିଥିଲା 188 ରନରେ । 15ରନେ ହାରିଯାଇଥିଲା ଅଷ୍ଟ୍ରେଲିଆ ଓ ପ୍ରଥମ ଟିମ ଭାବେ ଫାଇନାଲରେ ପହଁଞ୍ଚିଥିଲା ଭାରତ ।

ଇଂଲଣ୍ଡ ବିପକ୍ଷରେ ଦୁଇଟି କ୍ରମାଗତ ଶତକ

2008ରେ ଭାରତ ଗସ୍ତ କରିଥିଲା ଇଂଲଣ୍ଡ କ୍ରିକେଟ ଟିମ । ଆଉ ଯୁରାଜଙ୍କ ବ୍ୟାଟିଂ ଇଂଲଣ୍ଡ ବୋଲରଙ୍କୁ କରିଦେଇଥିଲା ଅସ୍ତବ୍ୟସ୍ତ । ରାଜକୋଟ ଠାରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଅପରାଜିତ ରହି ଯୁବରାଜ କରିଥିଲେ 138 ରନ, ଯାହା ଭାରତର ସ୍କୋର ପହଁଞ୍ଚାଇଥିଲା 387 ରନରେ । ଫଳ ସ୍ବରୁପ 158ରନର ବଡ ବିଜୟ ହାସଲ କରିଥିଲା ଭାରତ ।

ଦ୍ୱିତୀୟ ମ୍ୟାଚରେ ମଧ୍ୟ ଗର୍ଜିଥିଲା ଇନ୍ଦୋରରେ ଗର୍ଜିଥିଲା ଯୁବରାଜଙ୍କ ବ୍ୟାଟ । ସଂଘର୍ଷ କରୁଥିବା ଭାରତୀୟ ଦଳର ସ୍କୋରକୁ 292 ରନରେ ପହଁଞ୍ଚାଇଥିଲେ ସେ । 118 ରନର ପାଳି ଖେଳିଥିଲେ ଯୁବରାଜ ଓ ଭାରତ ସେହି ମ୍ୟାଚକୁ ଜିତିଥିଲା 54 ରନରେ ।

ଲାହୋରରେ 129 ବଲରେ 112 ରନ

14 ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିଲା ଭାରତୀୟ କ୍ରିକେଟ ଟିମ । ଆଉ ଟେଷ୍ଟ ଓ ଏକଦିବସୀୟ ଉଭୟ ସିରିଜରେ ପାକକୁ ଦେଇଥିଲା ମାତ ।

ପ୍ରଥମ ମ୍ୟାଚରେ ଭାରତ ଜିତିବା ପରେ ଦ୍ବିତୀୟ ମ୍ୟାଚ ଜିତିଥିଲା ପାକିସ୍ତାନ । ଉମର ଗୁଲଙ୍କ ବୋଲିଂରେ ଘାଇଲା ହୋଇଥିଲା ଟିମ ଇଣ୍ଡିଆ । କିନ୍ତୁ ଯୁବରାଙ୍କ ବ୍ୟାଟକୁ କାବୁ କରି ପାରିନଥିଲେ ଗୁଲ । ଏହି ମ୍ୟାଚରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ ଯୁବରାଜ ।

ଯୁବରାଜଙ୍କ ଶତକ କିନ୍ତୁ ବ୍ୟର୍ଥ ହୋଇଯାଇଥିଲା । 9 ୱିକେଟରେ ପରାଜୟର ସମ୍ନା କରିବାକୁ ପଡିଥିଲା ଭାରତକୁ ।

ବାଙ୍ଗାଲୋରରେ ପାକିସ୍ତାନ ବିପକ୍ଷ 169 ରନ

2007ରେ ଘରୋଇ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ଖେଳୁଥିଲା ଭାରତ । ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ, ପାକିସ୍ତାନ 1 ବିଜୟ ସହ ଆଗୁଆ ଥିଲା ।

ସୌରଭ ଗାଙ୍ଗୁଲିଙ୍କ ଏହି ଶେଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ 4ଟି ପ୍ରାରମ୍ଭିକ ୱିକେଟ ହରାଇଥିଲା । କିନ୍ତୁ ସୌରଭ ଗାଙ୍ଗୁଲି ଓ ଯୁବରାଜଙ୍କ ମଧ୍ୟରେ 300ରନର ଦମଦାର ଭାଗୀଦାରି ମ୍ୟାଚର କାୟା ବଦଳାଇ ଦେଇଥିଲା । ସୌରଭ ଗାଙ୍ଗୁଲି 239 ରନ କରିଥିଲେ ଓ ଯୁବରାଜ କରିଥିଲେ 169ରନ । ମ୍ୟାଚ ଡ୍ର ହୋଇଥିଲା । ଯୁବରାଜ ନିଜ କ୍ୟାରିୟରରେ ମାତ୍ର 40ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

2011 ବିଶ୍ବକପ- ମ୍ୟାନ ଅଫ ଦ ସିରିଜ

2011 ବିଶ୍ବକପରେ, ନିଜକୁ ଏଭଳି ଏକ ବ୍ୟାଟ୍ସମାନ ଭାବେ ପରିଚିତ କରାଇଥିଲେ ଯିଏ ଏକା ହିଁ ଦଳକୁ ମ୍ୟାଚ ଜିତାଇ ପାରେ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁ କ୍ଷେତ୍ରରେ ସେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ସେ 4ଟି ଅର୍ଦ୍ଧ ଶତକ ଗୋଟିଏ ଶତକ କରିଥିଲେ ଏହି ଐତିହାସିକ ବିଶ୍ବକପରେ ।

ବୋଲିଂରେ ମଧ୍ୟ କମାଲ କରିଥିଲେ ଯୁବି । 16 ୱିକେଟ ହାସଲ କରିଥିଲେ ସେ । ଏହାସହ ହେତେଇଥିଲେ ମ୍ୟାନ ଅଫ ଦ ସିରିଜ ପୁରସ୍କାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.