ETV Bharat / sports

DDCA ନିର୍ବାଚନର ନୂଆ ତାରିଖ ଘୋଷଣା କଲେ ସୁପ୍ରିମକୋର୍ଟ

author img

By

Published : Oct 16, 2020, 1:50 PM IST

ଡିଡିସିଏର ନିର୍ବାଚନ 5 ରୁ 8 ନଭେମ୍ବର ମଧ୍ୟରେ ହେବ ବୋଲି ସବୁଜସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ । ଭୋଟର ଗଣତି 9 ତାରିଖ ଦିନ କରାଯିବ ଓ ସେହିଦିନ ହିଁ ଫଳ ପ୍ରକାଶ ପାଇବ ।

DDCA ନିର୍ବାଚନର ନୂଆ ତାରିଖ ଘୋଷଣା କଲେ ସୁପ୍ରିମକୋର୍ଟ
DDCA ନିର୍ବାଚନର ନୂଆ ତାରିଖ ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ( DDCA)ର ନୂଆ ତାରିଖ ଘୋଷଣା କରିଛନ୍ତି । ଡିଡିସିଏର ନିର୍ବାଚନ 5 ରୁ 8 ନଭେମ୍ବର ମଧ୍ୟରେ ହେବ ।

ନବରାତ୍ରୀ ଓ ଦଶହରାକୁ ଦେଖି ନିର୍ବାଚନର ତାରିଖ ଘୋଷଣା କରାଯାଇଛି । 4ଦିନ ଚାଲିବାକୁ ଥିବା ଏହି ନିର୍ବାଚନ ପ୍ରତ୍ୟେକ ଦିନ 11ରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟା ଯାଏଁ ଚାଲିବ । ଭୋଟର ଗଣତି 9 ତାରିଖ ଦିନ କରାଯିବ ଓ ସେହି ଦିନ ହିଁ ଫଳ ପ୍ରକାଶ ପାଇବ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା 14ବର୍ଷ ଯାଏଁ ଡିଡିସିଏର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିବା ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ଅଧ୍ୟକ୍ଷ ହେବାର ସମ୍ଭାବନା ଅଧିକ ରହିଛି ।

ସୂଚନାଥାଉକି, ଏହି ନିର୍ବାଚନ ପ୍ରକ୍ରିୟା 17ରୁ 20 ଅକ୍ଟୋବର ମଧ୍ୟରେ ହେବାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.