ETV Bharat / sports

କେବେ ସୁଧୁରିବେ ସ୍ମିଥ, ଡ୍ରିଙ୍କ୍‌ସ ବ୍ରେକରେ କରୁଥିଲେ ଏମିତି ହରକତ

author img

By

Published : Jan 11, 2021, 3:55 PM IST

ପୁଣି ଥରେ ଏକ ନୂଆ ବିବାଦ ଘେରକୁ ଆସିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ଷ୍ଟିଭ ସ୍ମିଥ । ଅଧିକ ପଢନ୍ତୁ...

STEVE SMITH LANDS IN NEW CONTROVERSY CAUGHT SCRUFFING RISHABH PANT S BATTING MARK TO DAMAGE PITCH
କେବେ ସୁଧୁରିବେ ସ୍ମିଥ, ଡ୍ରିଙ୍କ୍‌ସ ବ୍ରେକରେ କରୁଥିଲେ ଏମିତି ହରକତ

ସିଡନୀ: ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ଷ୍ଟିଭ ସ୍ମିଥ ପୁଣି ଥରେ ଏକ ନୂଆ ବିବାଦ ଘେରକୁ ଆସିଛନ୍ତି । ସ୍ମିଥ ବ୍ୟାଟିଂ ମାର୍କକୁ ଲିଭାଇ ପିଚ୍ ଖରାପ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଡ୍ରିଙ୍କ୍‌ସ ବ୍ରେକ ସମୟରେ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ବ୍ୟାଟିଂ ମାର୍କକୁ ଲିଭାଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି ।

ଡ୍ରିଙ୍କ୍‌ସ ବ୍ରେକ ଶେଷ ହେବାପରେ ପନ୍ତ କ୍ରିଜକୁ ଫେରି ପୁଣିଥରେ ଗାର୍ଡ ନେବାର ଦେଖାଯାଇଥିଲା । ଏହି ଭିଡିଓରେ ସ୍ମିଥଙ୍କ ମୁହଁ ସିଧାସଳଖ ଦେଖାଯାଉନଥିଲେ ମଧ୍ୟ ତାଙ୍କର 49 ନମ୍ବର ଜର୍ସି ସ୍ପଷ୍ଟ ବାରିହେଉଛି। ବିଶ୍ବବ୍ୟାପୀ କ୍ରିକେଟ ଫ୍ୟାନ୍ସମାନେ ଏହି ଘଟଣାର ସମାଲୋଚନା କରୁଛନ୍ତି ।

ତେବେ ଏହି ଘଟଣାରେ ଆଇସିସି କୌଣସି ପଦକ୍ଷେପ ଗ୍ରହଣ କରୁଛି କି ନାହିଁ ଦେଖିବାର କଥା । ସ୍ମିଥ କୌଣସି ବିବାଦରେ ଫସିବା ଏହା ପ୍ରଥମ ଥର ନୁହେଁ, 2018ରେ ବଲ୍‌ରେ କିଛି ଅଠାଳିଆ ଜିନିଷ ଘସିବା ସହ ଖରାପ କରିବାକୁ ଚେଷ୍ଟା କରିବା ପରେ ବିବାଦ ଘେରକୁ ଆସିଥିଲେ । ଏହି ଘଟଣାରେ ଗୋଟିଏ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ ମଧ୍ୟ ହେବା ସହ କ୍ୟାପଟେନ ପଦ ମଧ୍ୟ ହରାଇବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.