ETV Bharat / sports

ଶ୍ରୀସାନ୍ତ ନିରାସ, ଆଇପିଏଲ 2021 ନିଲାମ ତାଲିକାରୁ ବାଦ୍‌

164ଜଣ ଭାରତୀୟ ଖେଳାଳିଙ୍କ ସମେତ ଆଇପିଏଲ 2021 ଚୁଡାନ୍ତ ନିଲାମ ତାଲିକାରେ ମୋଟ 292 ଖେଳାଳି ରହିଛନ୍ତି । ଚେନ୍ନାଇରେ ଫେବ୍ରୁଆରୀ 18ରେ ଏହି ମେଗା ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

author img

By

Published : Feb 12, 2021, 7:45 PM IST

Sreesanth fails to make it to IPL auction 2021 list
ଶ୍ରୀସାନ୍ତ ନିରାସ, ଆଇପିଏଲ 2021 ନିଲାମ ତାଲିକାରୁ ବାଦ୍‌

ହାଇଦ୍ରାବାଦ: ବାସନ୍ତାଦେଶ ଶେଷ ହେବାପରେ କ୍ରିକେଟକୁ ଫେରିସାରିଛନ୍ତି କ୍ରିକେଟର ଏସ. ଶ୍ରୀସାନ୍ତ । ଗତ ସପ୍ତାହରେ ଯେବେ ସେ, ଆଇପିଏଲ ନିଲାମ ପାଇଁ ପଞ୍ଜୀକରଣ କରିଥିଲେ କ୍ରିକେଟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାତ୍ର 38 ବର୍ଷୀୟ ଦ୍ରୁତ ବୋଲର ଶ୍ରୀସାନ୍ତଙ୍କ ପୁନର୍ବାର ଆଇପିଏଲ ପ୍ରତ୍ୟାବର୍ତ୍ତନ ଆଶାକୁ ଲାଗିଛି ଶକ୍ତ ଧକ୍କା ।

ଗୁରୁବାର ବିସିସିଆଇ ପକ୍ଷରୁ ପ୍ରକାଶ ପାଇଛି 2021 ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହେଉଥିବା ଖେଳାଳିଙ୍କ ଚୁଡାନ୍ତ ତାଲିକା । ତେବେ ଏହି ତାଲିକାରେ ଶ୍ରୀସାନ୍ତଙ୍କ ନାମ ନଥିବା ଜଣାପଡିବା ପରେ, ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି ।

ମୋଟ 292 ଖେଳାଳି ଚୁଡାନ୍ତ ତାଲିକାରେ ରହିଛନ୍ତି । ସେଥିମଧ୍ୟରେ 164ଜଣ ଭାରତୀୟ ଖେଳାଳି ରହିଛନ୍ତି । ଚେନ୍ନାଇରେ ଫେବ୍ରୁଆରୀ 18ରେ ଏହି ମେଗା ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ସ୍ପଟଫିକ୍ସିଂ ମାମଲାରେ ସଂପୃକ୍ତି ନେଇ ସାତବର୍ଷର ବାସନ୍ଦାଦେଶ ଭୋଗିବା ପରେ, ସଦ୍ୟ ସମାପ୍ତ ହୋଇଥିବା ଶ୍ରୀସାନ୍ତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ କେରଳ ପକ୍ଷରୁ ନଜର ଆସିଥିଲେ ଶ୍ରୀସାନ୍ତ ଓ 4ଟି ୱିକେଟ ମଧ୍ୟ ହାସଲ କରିଥିଲେ । 75 ଲକ୍ଷ ବେସ୍‌ ପ୍ରାଇସ ସହ ଏହି କେରଳ ବୋଲର ଆଇପିଏଲ କମବ୍ୟାକ ପାଇଁ ଲକ୍ଷ୍ୟ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.