ETV Bharat / sports

ଶ୍ରୀଧରନ ଶ୍ରୀରାମଙ୍କ ପଦନ୍ନୋତି, ସ୍ପିନ ପରାମର୍ଶଦାତାରୁ ଅଷ୍ଟ୍ରେଲିଆ ସହକାରୀ କୋଚ

ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଅଷ୍ଟ୍ରେଲିଆ ସ୍ପିନ ବୋଲିଂ କୋଚ ଶ୍ରୀଧରନ ଶ୍ରୀରାମ, ଅଷ୍ଟ୍ରେଲିଆର ସହକାରୀ କୋଚ ହୋଇଛନ୍ତି । ଅଧିକ ପଢନ୍ତୁ...

S. Sriram's rise from Australia's spin bowling consultant to assistant coach
ଶ୍ରୀଧରନ ଶ୍ରୀରାମଙ୍କ ପଦନ୍ନୋତି, ସ୍ପିନ ପରାମର୍ଶଦାତାରୁ ଅଷ୍ଟ୍ରେଲିଆର ସହକାରୀ କୋଚ
author img

By

Published : Jun 2, 2020, 5:31 PM IST

ମେଲବୋର୍ଣ୍ଣ: ସୁଯୋଗର ସଦୁପଯୋଗ ହିଁ ସଫଳତା ଆଣିଦିଏ । ଏମିତି କିଛି ଘଟିଛି ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଅଷ୍ଟ୍ରେଲିଆ ସ୍ପିନ ବୋଲିଂ କୋଚ ଶ୍ରୀଧରନ ଶ୍ରୀରାମଙ୍କ କ୍ଷେତ୍ରରେ ।

ବର୍ଷ 2015ରେ ଅଷ୍ଟ୍ରେଲିଆ ଟିମରେ ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ତେବେ ନିଜର ସମସ୍ତ ଅଭିଜ୍ଞତାକୁ ବାଣ୍ଟିବା ସହ ଅଷ୍ଟ୍ରେଲିଆ ଟିମର ସ୍ପିନ ବୋଲିଂ ପ୍ରଦର୍ଶନରେ ଫରକ ପକାଇପାରିଛନ୍ତି ଶ୍ରୀରାମ । ଫଳରେ ଖେଳାଳି ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ କାର୍ଯ୍ୟରେ ସନ୍ତୁଷ୍ଟ ହେବାସହ, ସହକାରୀ କୋଚ ପଦନ୍ନୋତି କରିଛନ୍ତି ।

ଗତ ଆସେସ ଟେଷ୍ଟରେ ଶେଷ ୱିକେଟ ଯୋଡିରେ ଇଂଲଣ୍ଡକୁ ବିଜୟ ପାଇଁ 73 ରନ ଆବଶ୍ୟକ ଥିଲା । ଶେଷ ୱିକେଟ ଯୋଡିରେ ବେନ୍ ଷ୍ଟୋକ୍ସ ଓ ଜାକ ଲିଚ ରହିଥିଲେ । ଅଷ୍ଟ୍ରେଲିଆ ଟିମ ବିଜୟ ସୁନିଶ୍ଚିନ୍ତ ବୋଲି ଭାବିସାରିଥିଲେ । ମାତ୍ର କୋଚ ଜଷ୍ଟିନ ଲାଙ୍ଗର ବେନ ଷ୍ଟୋକ୍ସ କିଛି ବି କରିପାରନ୍ତି ବୋଲି କହିଥିଲେ । ତେବେ ନାଥନ ଲାୟନଙ୍କ ଏକ ନିଶ୍ଚିନ୍ତ ରନଆଉଟ ହାତଛଡା କରିବା ପରେ ଇଂଲଣ୍ଡ ବିଜୟୀ ହୋଇଥିଲା । ମାତ୍ର ମ୍ୟାଚର ନିର୍ଣ୍ଣାୟକ ସ୍ଥିତିରେ ସ୍ପିନ ବୋଲିଂ ପାଇଁ ନାଥନ ଲାୟନଙ୍କ ଉପରେ ଭରସା କରିଥିଲେ ଶ୍ରୀରାମ । ଏହା ସଠିକ ନିଷ୍ପତି ଥିଲା ବୋଲି ସେ କହିଛନ୍ତି । ତେବେ ଅଷ୍ଟ୍ରେଲିଆ ପାଇଁ ବିଜୟର ଦିନ ନଥିଲା । ସେଥିପାଇଁ ବିଜୟ ପରାଜୟରେ ବଦଳି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.