ETV Bharat / sports

RR VS KXIP: ମୟଙ୍କ, ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ 223/2

author img

By

Published : Sep 27, 2020, 9:42 PM IST

ମୟଙ୍କ 50 ବଲରୁ 10 ଚୌକା ଓ 7 ଛକା ସହାୟତାରେ 106 ରନର ଦମଦାର ଶତକୀୟ ଇଂନିସ ଖେଳିଛନ୍ତି । ଏହା ଚଳିତ ଆଇପିଏଲର ଦ୍ବିତୀୟ ଶତକ ।

RR VS KXIP: Agarwal, Rahul shine, Punjab post 223/2
RR VS KXIP: ମୟଙ୍କ, ରାହୁଲଙ୍କ ବିସ୍ପୋରକ ବ୍ୟାଟି, ପଞ୍ଜାବ 223/2

ଶାରଜାହ: ଆଇପିଏଲର 9ମ ମ୍ୟାଚରେ ପୁଣି ଦେଖିବାକୁ ମିଳିଛି ବ୍ୟାଟ୍ସମ୍ୟାନଙ୍କ କମାଲ । ଟସ ହାରି ଆମନ୍ତ୍ରଣ ପାଇଁ ପ୍ରଥମ ବ୍ୟାଟିଂ କରିଥିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ । ନିର୍ଧାରିତ 20 ଓଭରରେ 2 ୱିକେଟ ହରାଇ 223 ରନ ସଂଗ୍ରହ କରିଛି କେଏଲ ରାହୁଲଙ୍କ ଟିମ । ଫଳରେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ସାମ୍ନାରେ 224 ରନର ବିଜୟ ଲକ୍ଷ୍ୟ ରହିଛି ।

କ୍ୟାପଟେନ ଲୋକେଶ ରାହୁଲ ଆରସିବି ବିପକ୍ଷ ପୂର୍ବ ମ୍ୟାଚରେ ଯେଉଁଠି ଇଂନିସ ଶେଷ କରିଥିଲେ ସେହିଠାରୁ ହିଁ ଆରମ୍ଭ କରିଥିଲେ । ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ପ୍ରଥମ ୱିକେଟ ଯୋଡିରେ ଅବିଶ୍ବସନୀୟ 183 ରନ ଯୋଡିଥିଲେ । ମୟଙ୍କ 50 ବଲରୁ 10 ଚୌକା ଓ 7 ଛକା ସହାୟତାରେ 106 ରନର ଦମଦାର ଶତକୀୟ ଇଂନିସ ଖେଳିଛନ୍ତି। ଏହା ଚଳିତ ଆଇପିଏଲର ଦ୍ବିତୀୟ ଶତକ । ଏଥିସହିତ ଚଳିତ ସଂସ୍କରଣରେ ଦ୍ବିତୀୟ କିଙ୍ଗ୍ସ ଇଲେଭେନ ବ୍ୟାଟ୍ସମ୍ୟାନ ଭାବେ ଶତକୀୟ ଇଂନିସ ଖେଳିଛନ୍ତି ମୟଙ୍କ । ରାହୁଲ ମଧ୍ୟ 54 ବଲରୁ 7 ଚୌକା ଓ ଗୋଟିଏ ଛକା ସହାୟତାରେ 69 ରନର ଇଂନିସ ଖେଳିଛନ୍ତି । ନିକୋଲାସ ପୁରୋନ 8 ବଲରୁ 25 ଓ ଗ୍ଲେନ ମାକ୍ସୱେଲ 9 ବଲରୁ 13 ରନ କରି ଅପରାଜିତ ରହିଥିଲେ ।

Kamaal kar ditta! 🙌🏻

His first #Dream11IPL 💯 and in what fashion! 🤩#SaddaPunjab #IPL2020 #RRvKXIP pic.twitter.com/rRiV3JJnwl

— Kings XI Punjab (@lionsdenkxip) September 27, 2020 ">

ରାଜସ୍ଥାନର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଅଙ୍କିତ ରାଜପୁତ ଓ ଟମ କରନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଶାରଜାହ: ଆଇପିଏଲର 9ମ ମ୍ୟାଚରେ ପୁଣି ଦେଖିବାକୁ ମିଳିଛି ବ୍ୟାଟ୍ସମ୍ୟାନଙ୍କ କମାଲ । ଟସ ହାରି ଆମନ୍ତ୍ରଣ ପାଇଁ ପ୍ରଥମ ବ୍ୟାଟିଂ କରିଥିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ । ନିର୍ଧାରିତ 20 ଓଭରରେ 2 ୱିକେଟ ହରାଇ 223 ରନ ସଂଗ୍ରହ କରିଛି କେଏଲ ରାହୁଲଙ୍କ ଟିମ । ଫଳରେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ସାମ୍ନାରେ 224 ରନର ବିଜୟ ଲକ୍ଷ୍ୟ ରହିଛି ।

କ୍ୟାପଟେନ ଲୋକେଶ ରାହୁଲ ଆରସିବି ବିପକ୍ଷ ପୂର୍ବ ମ୍ୟାଚରେ ଯେଉଁଠି ଇଂନିସ ଶେଷ କରିଥିଲେ ସେହିଠାରୁ ହିଁ ଆରମ୍ଭ କରିଥିଲେ । ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ପ୍ରଥମ ୱିକେଟ ଯୋଡିରେ ଅବିଶ୍ବସନୀୟ 183 ରନ ଯୋଡିଥିଲେ । ମୟଙ୍କ 50 ବଲରୁ 10 ଚୌକା ଓ 7 ଛକା ସହାୟତାରେ 106 ରନର ଦମଦାର ଶତକୀୟ ଇଂନିସ ଖେଳିଛନ୍ତି। ଏହା ଚଳିତ ଆଇପିଏଲର ଦ୍ବିତୀୟ ଶତକ । ଏଥିସହିତ ଚଳିତ ସଂସ୍କରଣରେ ଦ୍ବିତୀୟ କିଙ୍ଗ୍ସ ଇଲେଭେନ ବ୍ୟାଟ୍ସମ୍ୟାନ ଭାବେ ଶତକୀୟ ଇଂନିସ ଖେଳିଛନ୍ତି ମୟଙ୍କ । ରାହୁଲ ମଧ୍ୟ 54 ବଲରୁ 7 ଚୌକା ଓ ଗୋଟିଏ ଛକା ସହାୟତାରେ 69 ରନର ଇଂନିସ ଖେଳିଛନ୍ତି । ନିକୋଲାସ ପୁରୋନ 8 ବଲରୁ 25 ଓ ଗ୍ଲେନ ମାକ୍ସୱେଲ 9 ବଲରୁ 13 ରନ କରି ଅପରାଜିତ ରହିଥିଲେ ।

ରାଜସ୍ଥାନର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଅଙ୍କିତ ରାଜପୁତ ଓ ଟମ କରନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.