ETV Bharat / sports

ସିଡନୀ ଟେଷ୍ଟ: ରୋହିତ କରିପାରନ୍ତି ଏହି ବିରଳ ରେକର୍ଡ

author img

By

Published : Jan 5, 2021, 7:42 PM IST

3ଟି ଯାକ ଫର୍ମାଟରେ ରୋହିତଙ୍କ ବ୍ୟାଟରୁ ଏଯାବତ 423 ଛକା ଦେଖିବାକୁ ମିଳିସାରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ, ଏକଦିବସୀୟ ଓ ଟି-20ରେ ମୋଟ 99ଟି ଛକା ଲଗାଇଛନ୍ତି । ଅଧିକ ପଢନ୍ତୁ...

rohit sharma can achieve this unique feat sydney test
ସିଡନୀ ଟେଷ୍ଟ: ରୋହିତ କରିପାରନ୍ତି ଏହି ବିରଳ ରେକର୍ଡ

ହାଇଦ୍ରାବାଦ: ଭାରତୀୟ ଟିମର ଷ୍ଟାର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବାକୁ ସଂପୂର୍ଣ୍ଣ ଫିଟ ହୋଇଛନ୍ତି । ସିଡନୀ ଟେଷ୍ଟରେ ରୋହିତଙ୍କୁ ପାଳି ଆରମ୍ଭ କରିବା ଦେଖିବାକୁ ମିଳିପାରେ । ଗତବର୍ଷ ଟେଷ୍ଟରେ ଓପନିଂ ଆରମ୍ଭ କରିଥିବା ରୋହିତ, ବର୍ତ୍ତମାନ ସମୟରେ ଟିମର ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଏକ ।

ଏହା କାହାକୁ ଅଛପା ନାହିଁ ଯେ କ୍ରିଜରେ ହିଟ୍‌ମ୍ୟାନ ଯେବେ ସେଟ୍ ହୋଇଯାଆନ୍ତି, ଦକ୍ଷ ବୋଲର ତାଙ୍କ ସାମ୍ନାରେ ନିସ୍କ୍ରିୟ ହୋଇଯାଆନ୍ତି । ରୋହିତ ବଡ ସଟ୍‌ ଖେଳିବାରେ ମାହିର ।

ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ନାମ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାର ସୂଚୀରେ 3ୟ ସ୍ଥାନରେ ରହିଛି । 3ଟି ଯାକ ଫର୍ମାଟରେ ରୋହିତଙ୍କ ବ୍ୟାଟରୁ ଏଯାବତ 423 ଛକା ଦେଖିବାକୁ ମିଳିସାରିଛି । ଭାରତ ପକ୍ଷରୁ ସର୍ବାଧିକ ଛକା ମାରିବା ଖେଳାଳି ମଧ୍ୟ ରୋହିତ । ଏତିକି ନୁହେଁ, ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ କ୍ରିକେଟରେ ସବୁଠୁ ଅଧିକ ଛକା ମାରିଥିବା ଖେଳାଳି ହେଉଛନ୍ତି ଭାରତୀୟ ଉପ-ଅଧିନାୟକ ।

ତେବେ ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କ ପାଖରେ ଇତିହାସ ରଚିବାକୁ ସୁନ୍ଦର ମୌକା ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ, ଏକଦିବସୀୟ ଓ ଟି-20ରେ ମୋଟ 99ଟି ଛକା ଲଗାଇଛନ୍ତି । ଫଳରେ ସିଡନୀରେ ଯଦି ଗୋଟିଏ ଛକା ଲଗାଇବାରେ ସଫଳ ହୁଅନ୍ତି, ତେବେ କଙ୍ଗାରୁ ଟିମ ବିପକ୍ଷରେ ଛକାର ଶତକ ଲଗାଇବାର ବିଶ୍ବର ପ୍ରଥମ ଖେଳାଳି ହୋଇଯିବେ ।

ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଛକା ଲଗାଇଥିବା ବ୍ୟାଟ୍ସମ୍ୟାନ -

ରୋହିତ ଶର୍ମା(ଭାରତ) - 99 ଛକା

ଇଆନ ମୋର୍ଗାନ(ଇଂଲଣ୍ଡ) - 63 ଛକା

ବ୍ରେଣ୍ଡନ ମ୍ୟାକୁଲମ(ନ୍ୟୁଜିଲାଣ୍ଡ) - 61 ଛକା

ସଚିନ ତେନ୍ଦୁଲକର (ଭାରତ) - 60 ଛକା

ଏମଏସ ଧୋନି(ଭାରତ) - 60 ଛକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.