ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର କ୍ୟାପଟେନ ପଦକୁ ନେଇ ପୂର୍ବତନ କ୍ୟାପଟେନ ତଥା ନିର୍ଦ୍ଦେଶକ ଗ୍ରେମ ସ୍ମିଥଙ୍କ ବଡ ବୟାନ । ଦକ୍ଷିଣ ଆଫ୍ରିକାର ଦିନିକିଆ ଓ ଟି-20 କ୍ୟାପଟେନ ଓପନର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ ରହିଛନ୍ତି । ତେବେ ଟେଷ୍ଟ ଟିମର କ୍ୟାପଟେନ ଭାର ଡିକକଙ୍କୁ ମିଳିବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ନିର୍ଦ୍ଦେଶକ ଗ୍ରେମ ସ୍ମିଥ ।
କ୍ରିକେଟ ଦକ୍ଷିଣ ଆଫ୍ରିକା (CSA) ଭେଟେରାନ ଗ୍ରେମ ସ୍ମିଥଙ୍କୁ ନିର୍ଦ୍ଦେଶକ କାର୍ଯ୍ୟକାଳକୁ 2022 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହାପରେ ସ୍ମିଥ ଦଳର ପ୍ରଦର୍ଶନକୁ ଠିକ କରିବାପାଇଁ ଅଧିକ କସରତ ଆରମ୍ଭ କରିଛନ୍ତି ।
ସ୍ମିଥ କହିଛନ୍ତି ଡିକକ ଜଣେ ଯୁବ ଓ ଆକ୍ରମଣାତ୍ମକ ଖେଳାଳି । ସେଥିପାଇଁ 3ଟି ଫର୍ମାଟରେ କ୍ୟାପଟେନର ଚାପ ତାଙ୍କୁ ଦେବାକୁ ଦଳ ଚାହୁଁନାହିଁ । ଦିନିକିଆ ଓ ଟି-20 ଉଭୟ ସୀମିତ ଓଭର କ୍ରିକେଟରେ କ୍ବିଣ୍ଟନ ଡିକକ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ରହିବେ ।