ETV Bharat / sports

ବାଂଲା ଖେଳାଳିଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ଥିଲା: ପ୍ରିୟମ ଗର୍ଗ - india captain priyam garg

ଅଣ୍ଡର-19 ବିଶ୍ବକପ ଟାଇଟଲ ହାତେଇଛି ଟିମ ବାଂଲାଦେଶ । ହେଲେ ବାଂଲା ଖେଳାଳିଙ୍କ ବ୍ୟବହର ଅତ୍ୟନ୍ତ ଖରାପ ଥିବା ଅଣ୍ଡର-19 ଭାରତୀୟ ଟିମର ଅଧିନାୟକ ପ୍ରିୟମ ଗର୍ଗ କହିଛନ୍ତି ।

priyam garg
priyam garg
author img

By

Published : Feb 10, 2020, 8:10 PM IST

ପୋଟଚେଷ୍ଟ୍ରମ: ରବିବାର ଦିନ ଭାରତକୁ ପରାସ୍ତ କରି ଅଣ୍ଡର-19 ବିଶ୍ବକପ ଟାଇଟଲ ହାତେଇଛି ଟିମ ବାଂଲାଦେଶ । ଏହି ବିଜୟ ପରେ ବାଂଲା ଖେଳାଳି ଜୋସ୍‌ରେ ହୋସ୍‌ ହରାଇ ବସିଥିଲେ । ଭାରତୀୟ ଖେଳାଳିଙ୍କୁ ଧକ୍କା ମାରିବା ସହ ଦୁଃବ୍ୟବହାର କରିବାକୁ ପଛାଇ ନଥିଲେ ।

ଏପରି ବ୍ୟବହାରକୁ ନେଇ ଭାରତୀୟ ଟିମର ଅଧିନାୟକ ପ୍ରିୟମ ଗର୍ଗ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଅଣ୍ଡର-19 ବିଶ୍ବକପ ଜିତିଲା ପରେ ବାଂଲାଦେଶ ଖେଳାଳିଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ଥିଲା । ଏନେଇ ବାଂଲା ଅଧିନାୟକ ଅକବର ଅଲ୍ଲୀ ଘଟଣାକୁ ଅପ୍ରିୟ କହିବା ସହ କ୍ଷମା ମାଗିଛନ୍ତି ।

priyam garg
ବାଂଲାଦେଶ ଖେଳାଳି ଓ ପ୍ରିୟମ ଗର୍ଗ

ଅଧିନାୟକ ଗର୍ଗ କହିଛନ୍ତି ଯେ, ଏପରି ଘଟଣା ଘଟିବା କଥା ନୁହେଁ । ଆମେ ଶାନ୍ତ ଥିଲୁ । କେବେ ତମେ ଜିତିବ ତ କେବେ ଆମେ । ଜିତିବା ହାରିବା ଏକ ଖେଳର ଅଂଶ । ସେମାନଙ୍କର ପ୍ରତିକ୍ରିୟା ବହୁତ ଖରାପ ଥିଲା । ଏପରି ହେବାର ନଥିଲା କିନ୍ତୁ ଠିକ୍‌ ଅଛି । ଏହା ଚଳିବ । ମ୍ୟାଚ ସମୟରେ ବାଂଲାଦେଶ ଖେଳାଳି ବହୁତ ଆକ୍ରମକ ଥିଲେ । ସେମାନଙ୍କର ଦ୍ରୁତ ବୋଲର ସରିଫୁଲ ଇସଲାମ୍‌ ପ୍ରତିଟି ବୋଲିଂ ସମୟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚିଡାଇଥିଲେ । ବିଜୟ ରନ୍‌ ନେଲା ପରେ ବି ସେମାନଙ୍କ ବ୍ୟବହାର ବଦଳି ନଥିଲା ।

ସେପଟେ ବାଂଲା ଅଧିନାୟକ ଅକବର କହିଛନ୍ତି ୟେ, ଏପରି ହେବାର ନଥିଲା । ମତେ ଜଣା ନାହିଁ ବାସ୍ତବରେ କଣ ହେଇଛି । ଫାଇନାଲ ମ୍ୟାଚରେ ଭାବବିହ୍ବଳ ହୋଇ ପଡନ୍ତି ଖେଳାଳି ଓ ବେଳେ ବେଳେ ଖେଳାଳିଙ୍କ ନିୟନ୍ତ୍ରଣ ମଧ୍ୟ ରହେ ନାହିଁ । ଯୁବକଙ୍କୁ ଏଥିରୁ ଦୂରରେ ରହିବା କଥା । ବିପକ୍ଷ ଦଳର ସମ୍ମାନ କରିବା ଦରକାର ସହ ଖେଳର ସମ୍ମାନ କରିବା ଉଚିତ୍‌ । ମୁଁ ମୋଟ ଟିମ ପକ୍ଷରୁ କ୍ଷମା ପ୍ରାର୍ଥନା କରୁଛି ।

priyam garg
ବାଂଲାଦେଶ ଖେଳାଳି

ଅଲ୍ଲୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏସିଆ କପ ଫାଇନାଲରେ ଭାରତ ଆମକୁ ହରାଇଥିଲା । ମତେ ଲାଗୁଛି ଖେଳାଳିଙ୍କ ମନରେ କେଉଁଠି ନା କେଉଁଠି ପ୍ରତିଶୋଧର ମନଭାବ ରହିଥିଲା । ମୁଁ ସେମାନଙ୍କ ତରଫରୁ କ୍ଷମା ମାଗୁଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.