ETV Bharat / sports

ଟି-20 ଫର୍ମାଟରେ ହେବ ଏସିଆ କପ, ଭେନ୍ୟୁକୁ ନେଇ ଅଡୁଆ - Asian Cricket Council

ଏସିଆ କପ୍‌ ଆୟୋଜନକୁ ନେଇ ବିବାଦ ଥମିବାର ନାଁ ନେଉନି । ମାର୍ଚ୍ଚ 3ରେ ହେବାକୁ ଥିବା ଏସିଆନ କ୍ରିକେଟ କାଉନସିଲ(ACC) ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି ପିସିବି ପକ୍ଷରୁ କୁହାଯାଇଛି ।

Asia Cup venue
ଏସିଆ କପ୍‌
author img

By

Published : Mar 1, 2020, 1:24 AM IST

ନୂଆଦିଲ୍ଲୀ: ଏସିଆ କପ୍‌ ଆୟୋଜନକୁ ନେଇ ବିବାଦ ଥମିବାର ନାଁ ନେଉନି । ଏସିଆକପ ପାକିସ୍ତାନରେ ନୁହେଁ ବରଂ ଦୁବାଇରେ ହେବ ବୋଲି ଦିନକ ପୂର୍ବରୁ କହିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତେବେ ଏନେଇ ପ୍ରତିକ୍ରିୟା ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)

Asia Cup venue
ଏସିଆନ କ୍ରିକେଟ କାଉନସିଲ

ଏସିଆ କପ୍‌ର ଭେନ୍ୟୁ ସ୍ଥିର ହୋଇନାହିଁ । ମାର୍ଚ୍ଚ 3ରେ ହେବାକୁ ଥିବା ଏସିଆନ କ୍ରିକେଟ କାଉନସିଲ(ACC) ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି ପିସିବି ପକ୍ଷରୁ କୁହାଯାଇଛି । ତେବେ ଟି-20 ବିଶ୍ବକପକୁ ଦୃଷ୍ଟିରେ ରଖି ଏସିଆ କପ୍‌ ଟି-20 ଫର୍ମାଟରେ ଖେଳାଯିବା ନେଇ ମଧ୍ୟ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

Asia Cup venue
ଏସିଆ କପ୍‌

ତେବେ ସୌରଭ ଗାଙ୍ଗୁଲିଙ୍କ ବୟାନ ପରେ ଏସିଆ କପର ଭେନ୍ୟୁ ଚୁଡାନ୍ତ ହୋଇଛି ବୋଲି ଅନୁମାନ କରାଯାଉଥିଲା । ମାତ୍ର ପିସିବିର ଆଜିର ବୟାନ କିଛି ଅଲଗା ଇଙ୍ଗିତ କରୁଛି । 2020 ଏସିଆ କପର ଆୟୋଜକ ରହିଛି ପାକିସ୍ତାନ । ତେବେ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଗଲେ ଭାରତ, ଅଶଂଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ବିସିସିଆଇ ।

Asia Cup venue
ଏସିଆ କପ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.