ETV Bharat / sports

ଦେଶର ଆଭ୍ୟନ୍ତରୀଣ ବିଷୟରେ ବାହାର ଲୋକ ମୁଣ୍ଡ ଖେଳାନ୍ତୁ ନାହିଁ: ପ୍ରଜ୍ଞାନ ଓଝା - rihana tweet on india

ହଲିଉଡ ଅଭିନେତ୍ରୀ ରିହାନାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ସଦସ୍ୟ ପ୍ରଜ୍ଞାନ ଓଝା। ଦେଶରେ କୃଷି ବିଲକୁ ନେଇ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ରିହାନା ଏକ ଟ୍ବିଟ କରି କଟାକ୍ଷ କରିଥିଲେ। ଅଧିକ ପଢ଼ନ୍ତୁ...

outsider dont need to put their nose in indias internal matters says pragyan ojha
ଦେଶର ଅଭ୍ୟନ୍ତରୀଣ ବିଷୟରେ ବାହାର ଲୋକ ମୁଣ୍ଡ ଖେଳାନ୍ତୁ ନାହିଁ: ପ୍ରଜ୍ଞାନ ଓଝା
author img

By

Published : Feb 3, 2021, 6:21 PM IST

ନୂଆଦିଲ୍ଲୀ: ହଲିଉଡ ଅଭିନେତ୍ରୀ ରିହାନାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ସଦସ୍ୟ ପ୍ରଜ୍ଞାନ ଓଝା। ଦେଶରେ କୃଷି ବିଲକୁ ନେଇ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ରିହାନା ଏକ ଟ୍ବିଟ କରି କଟାକ୍ଷ କରିଥିଲେ। ଏହାକୁ ନେଇ ଦେଶର ଆଭ୍ୟନ୍ତରୀଣ ବିଷୟକୁ କୌଣସି ବାହାର ଲୋକ ନାକ ପୁରାନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଜ୍ଞାନ ଓଝା।

ଚାଷୀ ଆନ୍ଦୋଳନ ବ୍ୟାପକ ହେବାକୁ ଲାଗିଥିବାରୁ ନୂଆଦିଲ୍ଲୀ ସମେତରେ ହରିଆଣାର କେତେକ ଜିଲ୍ଲାରେ ଇଣ୍ଟରନେଟ ସେବାକୁ କମାଇ ଦିଆଯାଇଛି। ଏକ ଜଣାଶୁଣା ଗଣମାଧ୍ୟମ ଏହାକୁ ନେଇ ଏକ ଖବର ପ୍ରକାଶ କରିଥିଲା। ଏହାକୁ ଟ୍ବିଟ କରି ରିହାନା ଲେଖିଥିଲେ ଯେ, "କାହିଁକି ଆମେ ଏ ବିଷୟରେ କଥା ହେଉନାହୁଁ ?"

ରିହାନାଙ୍କ ଏଭଳି ଟ୍ବିଟର ଉତ୍ତର ରଖିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସେ ରିହାନାଙ୍କୁ ଟ୍ବିଟ କରି ଲେଖିଥିଲେ ଯେ, "ମୋ ଦେଶର ଚାଷୀଙ୍କୁ ନେଇ ଗର୍ବ କରେ । ସେମାନେ ଆମ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଆମେ ଅବଗତ ଅଛୁ। ଯଥାଶୀଘ୍ର ଏନେଇ କୌଣସି ସମାଧାନର ବାଟ ବାହାରିବ। ଦେଶରେ ଆଭ୍ୟନ୍ତରୀଣ ମାମଲାରେ କୌଣସି ବାହାର ଲୋକ ନାକ ପୁରାଇବାର ଆବଶ୍ୟକତା ନାହିଁ।"

ଭାରତୀୟ ବଂଶୋବ୍ଦବ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେଶର ମଧ୍ୟ ଏନେଇ ଟିପ୍ପଣୀ କରିଛନ୍ତି। ସେ ପପଷ୍ଟାର ରିହାନାଙ୍କୁ ତାଙ୍କ ଶୋ'କୁ ନିମନ୍ତ୍ରଣ କରି ଏ ବିଷୟରେ ଚର୍ଚ୍ଚା କରିବାକୁ ଆହ୍ବାନ କରିଛନ୍ତି। ତେବେ ଜାନୁଆରୀ 26 ତାରିଖରେ ଚାଷୀ ଆନ୍ଦୋଳନ ଆଳରେ ଲାଲକିଲ୍ଲାର ଅସମ୍ମାନ କରାଯାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି ।

ଗଣତନ୍ତ୍ର ଦିବସରେ ଚାଷୀମାନେ ଟ୍ରାକ୍ଟର ରାଲି କରିବା ସହ ଆନ୍ଦୋଳନକୁ ଦଙ୍ଗା ରୂପ ଦେଇଥିଲେ । ରାଜଧାନୀର ବିଭିନ୍ନ ସୀମାରେ ଚାଷୀ ଆନ୍ଦୋଳନ ଜାରି ରଖିଥିଲେ । ଏହାସହ ବିଭିନ୍ନ ବ୍ୟାରିକେଡ ଭାଙ୍ଗିଥିଲେ । ନୂତନ କୃଷି ଆଇନକୁ ବିରୋଧ କରି ଗତ ନଭେମ୍ଭର 26 ତାରିଖରୁ ସିଂଘୁ ବର୍ଡରରେ ଚାଷୀ ଆନ୍ଦୋଳନ ଜାରିରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.