ETV Bharat / sports

କୋରୋନା ଭାଇରସ: ବାଂଲାଦେଶର ନ୍ୟୁଜିଲାଣ୍ଡ ଗସ୍ତ ବାତିଲ - New Zealand tour of Bangladesh postponed

ମହାମାରୀ କୋରୋନା ଭାଇରସ ଯୋଗୁଁ ସ୍ଥଗିତ ହେଲା ଆଉ ଏକ ଦ୍ବିପାକ୍ଷିକ କ୍ରିକେଟ ସିରିଜ । ବାଂଲାଦେଶ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡ ଗସ୍ତ ବାତିଲ କଲା ।

New Zealand tour of Bangladesh postponed due to Covid-19
କୋରୋନା ଭାଇରସ: ବାଂଲାଦେଶର ନ୍ୟୁଜିଲାଣ୍ଡ ଗସ୍ତ ବାତିଲ
author img

By

Published : Jun 23, 2020, 4:41 PM IST

Updated : Jun 23, 2020, 4:49 PM IST

ଢାକା: ମହାମାରୀ କୋରୋନା ଭାଇରସ ଯୋଗୁଁ ସ୍ଥଗିତ ହେଲା ଆଉ ଏକ ଦ୍ବିପାକ୍ଷିକ କ୍ରିକେଟ ସିରିଜ । ସ୍ବାସ୍ଥ୍ୟଗତ ଓ ସୁରକ୍ଷା କାରଣ ଦର୍ଶାଇ ଟେଷ୍ଟ ସିରିଜ ପାଇଁ ବାଂଲାଦେଶ ଟିମର ନ୍ୟୁଜିଲାଣ୍ଡ ଗସ୍ତ ବାତିଲ ହୋଇଛି । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ(BCB) ପକ୍ଷରୁ ସୂଚନା ମିଳିଛି ।

ଆଇସିସି ଟେଷ୍ଟ ଚମ୍ପିଆନ୍ସ ଟ୍ରଫି ଅନ୍ତର୍ଗତ ଉଭୟ ଟିମ ମଧ୍ୟରେ 2 ଟିକିଆ ଟେଷ୍ଟ ସିରିଜ ଅଗଷ୍ଟରେ ଖେଳାଯିବାର ସୂଚୀ ରହିଥିଲା ।

ତେବେ ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ଉଭୟ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଓ ବାଂଲାଦେଶ ବୋର୍ଡ ମଧ୍ୟରେ ବୁଝାମଣା ପରେ ଏହି ସିରିଜକୁ ସ୍ଥଗିତ ରଖାଯାଇଛି । ଏଥିସହିତ ପରବର୍ତ୍ତୀ ସମୟରେ ଏହି ସିରିଜ ନେଇ ନୂତନ ସୂଚୀ ପ୍ରସ୍ତୁତି ହେବାନେଇ ମଧ୍ୟ ବିସିବି ପକ୍ଷରୁ ଏକ ଘୋଷଣନାମାରେ କୁହାଯାଇଛି ।

ଦୁଇଦିନ ପୂର୍ବରୁ ପୂର୍ବତନ ବାଂଲାଦେଶ କ୍ୟାପଟେନ ମଶରଫେ ମୋର୍ତାଜା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସ୍ପିନର ନାଜିମୁଲ ଇସଲାମ ଓ ଓପନର ନାଫିକ ଇକବାଲ ମଧ୍ୟ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

Last Updated : Jun 23, 2020, 4:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.