ETV Bharat / sports

ଅଭ୍ୟାସ ମ୍ୟାଚ: ପରାଜୟ ଏଡାଇବାକୁ ଅଷ୍ଟ୍ରେଲିଆ A ର ସଂଘର୍ଷ - ଅଭ୍ୟାସ ମ୍ୟାଚ ନ୍ୟୁଜ

ଦିବାରାତ୍ର ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ A ସାମ୍ନାରେ 473 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଅଧିକ ପଢନ୍ତୁ...

McDermott, Carey and Wildermuth keep Indian bowlers at bay on final day
ଅଭ୍ୟାସ ମ୍ୟାଚ: ପରାଜୟ ଏଡାଇବାକୁ ଅଷ୍ଟ୍ରେଲିଆ ଏ ର ସଂଘର୍ଷ
author img

By

Published : Dec 13, 2020, 3:44 PM IST

ସିଡନି: ଅଷ୍ଟ୍ରେଲିଆ A ପକ୍ଷରୁ ଲଢିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ଓ ଜାକ ୱିଲଡରମୁଥ । ଭାରତ ବିପକ୍ଷ ଦିବାରାତ୍ର ଟେଷ୍ଟର ଶେଷଦିନର ରାତ୍ରଭୋଜନ ବିରତି ସୁଦ୍ଧା ଘରୋଇ ଦଳର ସ୍କୋର 200/4 ରହିଛି । ମେକଡରମଟ ଓ ଜାକ ଲିୱଡରମୁଥ ଯଥାକ୍ରମେ 82 ଓ 36 ରନରେ ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ A ସାମ୍ନାରେ 473 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । 3ୟ ଦିନର ଦ୍ବିତୀୟ ସେସନରୁ 89/3ରୁ ଖେଳ ଆରମ୍ଭ କରିଥିଲେ କ୍ୟାରୀ ଓ ମେକଡରମଟ । 4ର୍ଥ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ 117 ରନର ଭାଗିଦାରୀ ହୋଇଥିଲା । ଉଭୟ ବ୍ୟାଟ୍ସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ମାତ୍ର 58 ରନରେ ବ୍ୟାଟିଂ କରୁଥିବା ସମୟରେ କ୍ୟାରୀ ହନୁମା ବିହାରୀଙ୍କ ଶିକାର ହୋଇଥିଲେ । ଫଳରେ ଅଷ୍ଟ୍ରେଲିଆ A ର ସ୍କୋର 142/4 ହୋଇଥିଲା ।

McDermott, Carey and Wildermuth keep Indian bowlers at bay on final day
ୱିକେଟ ହାସଲ ପରେ ଉଲ୍ଲସିତ ଭାରତୀୟ ଟିମ

ପରେ ୱିଲଡରମୁଥ, ମେକଡରମଟଙ୍କ ସହ ମିଶି ଶେଷ ଦିନର ଦ୍ବିତୀୟ ସେସନରେ କୌଣସି ୱିକେଟ ହରାଇବାକୁ ଦେଇନଥିଲେ ।

ୱିକେଟ ଦଖଲ ପରେ ମହମ୍ମଦ ସାମି

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ମହମ୍ମଦ ସିରାଜ ପ୍ରଥମ ସେସନ ଆରମ୍ଭରୁ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ । ସାମି ଉଭୟ ଓପନର ହାରିସ(5) ଓ ବର୍ଣ୍ଣସ(1)ଙ୍କୁ ଶୀଘ୍ର ପାଭିଲିୟନ ଫେରାଇଦେଇଥିଲେ । ପରେ ସିରାଜ ମାଡିନସନଙ୍କ ୱିକେଟ ଦଖଲ କରି ଭାରତକୁ 3ୟ ସଫଳତା ଦେଇଥିଲେ ।

ପୂର୍ବରୁ ଭାରତର ସ୍କୋର ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା 386/4ରନ ସହ 472 ରନରେ ଆଗୁଆ ରହିଥିଲା । ହନୁମା ବିହାରୀ ଓ ଋଷଭ ପନ୍ତ ଅପରାଜିତ ଶତକୀୟ ଇଂନିସ ଖେଳିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ 194, 386/4( ହନୁମା ବିହାରୀ 104*, ଋଷଭ ପନ୍ତ 103 *; ମାର୍କ ଷ୍ଟେକଟି 2-54) ବନାମ ଅଷ୍ଟ୍ରେଲିଆ ଏ 108, 200/4(ବେନ ମେକଡରମଟ*, ଆଲେକ୍ସ କ୍ୟାରୀ 58, ମହମ୍ମଦ ସାମି 2-28) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.