ETV Bharat / sports

IPL 2020: ସାବାସ ମନ୍ଦୀପ, ପିତାଙ୍କ ଦେହାନ୍ତ ସତ୍ତ୍ବେ ଖେଳିଲେ ମ୍ୟାଚ

author img

By

Published : Oct 24, 2020, 10:02 PM IST

କିଙ୍ଗ୍ସ ଇଲେଭେନ ପଞ୍ଜାବ ବ୍ୟାଟ୍ସମ୍ୟାନ ମନ୍ଦୀପ ସିଂ ଶୁକ୍ରବାର ନିଜ ପିତାଙ୍କୁ ହରାଇଛନ୍ତି । ଏହା ସତ୍ତ୍ବେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଶନିବାର ପଞ୍ଜାବ ପକ୍ଷରୁ ଓପନ କରିଥିଲେ ।

Mandeep Singh Despite his Fathers Demise Last Night Opens Innings for KXIP Against SRH
ଆଇପିଏଲ 2020: ପିତାଙ୍କ ଦେହାନ୍ତ ସତ୍ତ୍ବେ, ମ୍ୟାଚ ଖେଳୁଛନ୍ତି ଏହି ଖେଳାଳି

ଦୁବାଇ: ଆଇପିଏଲରେ ଦେଖିବାକୁ ମିଳିଛି ପ୍ରତିବଦ୍ଧତା ଓ କର୍ତ୍ତବ୍ୟପରାୟଣର ପରାକାଷ୍ଠା । କିଙ୍ଗ୍ସ ଇଲେଭେନ ପଞ୍ଜାବ ବ୍ୟାଟ୍ସମ୍ୟାନ ମନ୍ଦୀପ ସିଂ ଗତକାଲି(ଶୁକ୍ରବାର) ନିଜ ପିତାଙ୍କୁ ହରାଇଛନ୍ତି । ଏହା ସତ୍ତ୍ବେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଶନିବାର ପଞ୍ଜାବ ପକ୍ଷରୁ ଓପନ କରିଥିଲେ । ଫଳରେ ମନ୍ଦୀପଙ୍କ ଏହି ପ୍ରତିବଦ୍ଧତାକୁ ସାଲ୍ୟୁଟ ଜଣାଇ ବିଶ୍ବ ତମାମ କ୍ରିକେଟ ଫ୍ୟାନ୍ସ ପ୍ରଶଂଶା କରିଛନ୍ତି ।

ଶନିବାର ମ୍ୟାଚ ପୂର୍ବରୁ ମନ୍ଦୀପ ମାତ୍ର 3ଟି ମ୍ୟାଚରେ ଖେଳିବାର ସୁଯୋଗ ପାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମୟଙ୍କ ଅଗ୍ରୱାଲ ଆହତ ହେବାପରେ, ତାଙ୍କ ସ୍ଥାନରେ ମନ୍ଦୀପଙ୍କୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିଛି । ମନ୍ଦୀପ 14 ବଲରୁ ଗୋଟିଏ ଚୌକା ସହାୟତାରେ 17ରନ ସଂଗ୍ରହ କରିପାରିଛନ୍ତି ।

  • Nitish Rana played a day after losing his father-in-law. Mandeep Singh playing after losing his father. Nothing but respect for these two.

    — Saurabh Malhotra (@MalhotraSaurabh) October 24, 2020 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ମନ୍ଦୀପଙ୍କ ପିତା ହରଦେବ ସିଂ 23 ଅକ୍ଟୋବର(ଶୁକ୍ରବାର) ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ଚଣ୍ଡିଗଡର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ମନ୍ଦୀପଙ୍କ ସ୍ବର୍ଗବାସୀ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଭାବରେ କିଙ୍ଗ୍ସ ଇଲେଭନ ପଞ୍ଜାବ ଖେଳାଲି ହାତରେ କଳା ବ୍ୟାଣ୍ଡ ପିନ୍ଧି ଖେଳୁଛନ୍ତି ।

  • Mandeep Singh Lost his Dad in Morning Today ,,,But he playing Evening 🙏 Very Difficult be strong Mnadeep play well ☹️ #KXIPvSRH

    — JAVID.NTR🇮🇳 (@iamjavid111) October 24, 2020 " class="align-text-top noRightClick twitterSection" data=" ">
  • Massive effort from Mandeep Singh who just lost his dad today and still showing up to play IPL at night. And been sent out to open the bat! #IPL10

    — Damion Maher (@Damion23) October 24, 2020 " class="align-text-top noRightClick twitterSection" data=" ">

ଏହି ମ୍ୟାଚ ପଏଣ୍ଟ ଦୃଷ୍ଟିରୁ ଉଭୟ ହାଇଦ୍ରାବାଦ ଓ ପଞ୍ଜାବ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ପ୍ଲେ-ଅଫ ରେସରେ ରହିବାକୁ ନିଶ୍ଚିତ ବିଜୟ ଆବଶ୍ୟକ କରୁଛନ୍ତି ଦୁଇ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.