ETV Bharat / sports

କାରବିଆନ ପ୍ରିମିୟର ଲିଗରେ ଖେଳିବ କିଙ୍ଗସ୍ ଇଲେଭେନ ପଞ୍ଜାବ

author img

By

Published : Feb 18, 2020, 2:00 PM IST

କାରବିଆନ ପ୍ରିମିୟର ଲିଗ (ସିପିଏଲ୍‌)ରେ ଖେଳିବ ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ । ଏନେଇ ସିପିଏଲ ଫ୍ରାଞ୍ଚାଇଜ ସହ କିଙ୍ଗ୍ସ ଇଲେଭେନ ପଞ୍ଜାବ ଚୁକ୍ତି କରିଥିବା ଜଣାପଡିଛି ।

Kings XI Punjab Set To Acquire CPL
କିଙ୍ଗ୍ସ ଇଲେଭେନ ପଞ୍ଜାବ

ହାଇଦ୍ରାବାଦ: କାରବିଆନ ପ୍ରିମିୟର ଲିଗ(ସିପିଏଲ୍‌)ରେ ଖେଳିବ କିଙ୍ଗ୍ସ ଇଲେଭେନ ପଞ୍ଜାବ । ଏନେଇ ସିପିଏଲ ଫ୍ରାଞ୍ଚାଇଜ ସହ କିଙ୍ଗ୍ସ ଇଲେଭେନ ପଞ୍ଜାବ ଚୁକ୍ତି କରିଥିବା ଜଣାପଡିଛି । ତେବେ ବିସିସିଆଇର ଅନୁମତି ମିଳିବା ପରେ ହିଁ ଏହି ଚୁକ୍ତି ସଫଳ ହେବ କହିଛନ୍ତି କିଙ୍ଗ୍ସ ଇଲେଭେନ ପଞ୍ଜାବର ଅନ୍ୟତମ ମାଲିକ ମୋହିତ ବୁରମାନ।

ପୂର୍ବରୁ କାରବିଆନ ପ୍ରିମିୟର ଲିଗ ସହ ଚୁକ୍ତି କରଛି କୋଲକାତା ନାଇଟ ରାଇଡର୍ସ । କେକେଆର 2015ରେ ସିପିଏଲ ଟିମ ସହ ମିଶି ତ୍ରିନବାଗୋ ନାଇଟ ରାଇଡର୍ସ ହୋଇଛି । ଫଳରେ 2ୟ ଆଇପିଏଲ ଟିମ ଭାବେ ସିପିଏଲରେ ଏଣ୍ଟ୍ରି ମାରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ ।

ସିପିଏଲରେ ମୋଟ 6ଟି ଟିମ ରହିଛନ୍ତି । କିଙ୍ଗ୍ସ ଇଲେଭେନ ପଞ୍ଜାବ ସିପିଏଲର ସବୁଠୁ ସଫଳ ଟିମ ଲୁସିଆ ଜୁୟକସ ସହ ଯୋଡି ହୋଇଛି । ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପଟେନ ଡାରେନ ସାମି ଏହି ଟିମର କ୍ୟାପଟେନ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.