ଆବୁଧାବି: କିଙ୍ଗ୍ସ ଏକାଦଶ ବିପକ୍ଷରେ 9 ୱିକେଟରେ ବିଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ଫାଫ ଡୁପ୍ଲେସିସଙ୍କ ବଡ ବୟାନ । ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ସଟ୍ ଖେଳିବାବେଳେ, ବିରାଟ କୋହଲିଙ୍କ ପରି ଦେଖାଯାଉଥିବା କହିଛନ୍ତି ଡୁପ୍ଲେସିସ ।
ଋତୁରାଜ ଗାଏକ୍ବାଡଙ୍କ 48 ବଲରୁ 62 ରନର ଇଂନିସ ସହାୟତାରେ ଚେନ୍ନାଇ ସୁପରକିଙ୍ଗ୍ସ, କିଙ୍ଗ୍ସ ଏକାଦଶକୁ 9 ୱିକେଟରେ ହରାଇଛି । ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇର ବିଜୟ ପରେ ପ୍ଲେ-ଅଫ ରେସରୁ ବାଦ ପଡିଛି ପଞ୍ଜାବ ।
କେଏଲ ରାହୁଲଙ୍କ ଟିମ 14 ମ୍ୟାଚରୁ 12 ପଏଣ୍ଟରେ ସନ୍ତୁଷ୍ଟ ରହିଛି । ଅନ୍ୟପଟେ ଶେଷ ମ୍ୟାଚରେ ବିଜୟ ଓ ସମାନ ପଏଣ୍ଟ ସହ ଆଇପିଏଲ 2020ରେ ଅଭିଯାନ ଶେଷ କରିଛି ସିଏସକେ ।
ପୂର୍ବରୁ ଦୀପକ ହୁଡ୍ଡାଙ୍କ ଅପରାଜିତ 62 ରନର ଅର୍ଦ୍ଧଶତକୀୟ ଇଂନିସ ବଳରେ, ପଞ୍ଜାବ 20 ଓଭରରେ 6 ୱିକେଟ ହରାଇ 153 ରନ ସଂଗ୍ରହ କରିଥିଲା । ସିଏସକେ ପକ୍ଷରୁ ବୋଲର ଲୁଙ୍ଗି ନିଙ୍ଗିଡି 3ଟି ୱିକେଟ ଅକ୍ତିଆର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ