ETV Bharat / sports

ଆଇପିଏଲ 2020: ଲକ୍ଷ୍ୟ ପ୍ଳେ-ଅଫ ଟିକେଟ, ହାଇଦ୍ରାବାଦ-ପଞ୍ଜାବ ମୁକାବିଲା

author img

By

Published : Oct 24, 2020, 7:18 PM IST

ଟୁର୍ଣ୍ଣାମେଣ୍ଟର 43ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ସହ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ହେଉଛି ।

IPL 2020: KXIP eye another clinical show against SRH
ଆଇପିଏଲ 2020: ଲକ୍ଷ୍ୟ ପ୍ଳେ-ଅଫ ଟିକେଟ, ହାଇଦ୍ରାବାଦ-ପଞ୍ଜାବ ମୁକାବିଲା

ଦୁବାଇ: କ୍ରମାଗତ 3ଟି ବିଜୟ ସହ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ଲେ-ଅଫ ଆଶା ବଜାୟ ରଖିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ । ଶନିବାର ଟୁର୍ଣ୍ଣାମେଣ୍ଟର 43ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ସହ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ରହିଛି ।

ଉଭୟ ପଞ୍ଜାବ ଓ ହାଇଦ୍ରାବାଦ ଟିମ 8 ପଏଣ୍ଟ ରହିଛି । ତେବେ ରନ ରେଟ୍ ଆଧାରରେ ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ, ପଏଣ୍ଟ ଟେବୁଲରେ ପଞ୍ଜାବ ଉପରେ ରହିଛି । ତେବେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ହେଲେ, ଉଭୟ ଟିମକୁ ଅବଶିଷ୍ଟ ସମସ୍ତ ମ୍ୟାଚରେ ବିଜୟ ହାସଲ କରିବାକୁ ହେବ ।

IPL 2020: KXIP eye another clinical show against SRH
କିଙ୍ଗ୍ସ ଇଲେଭେନ ପଞ୍ଜାବ

କ୍ୟାପଟେନ କେଏଲ ରାହୁଲ, ଓପନିଂ ପାର୍ଟନର ମୟଙ୍କ ଅଗ୍ରୱାଲ ଓ କ୍ରିସ ଗେଲଙ୍କୁ ନେଇ ପଞ୍ଜାବର ବ୍ୟାଟିଂ ଅର୍ଡର ଶକ୍ତିଶାଳୀ ରହିଛି । ମଧ୍ୟକ୍ରମରେ ନିକୋଲାସ ପୁରୋନ ଓ ଗ୍ଳେନ ମାକ୍ସୱେଲ ଧୁଆଁଧାର ବ୍ୟାଟିଂ କରିବାରେ ମାହିର ।

ବୋଲିଂ ବିଭାଗରେ ମହମ୍ମଦ ସାମି, ଓ କିୱି ଅଲରାଉଣ୍ଡର ଜେମ୍ସ ନିସାମ ମଧ୍ୟ ରହିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ

ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ପାଖରେ ମଧ୍ୟ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ରୂପରେ ଦକ୍ଷ ଓପନର ରହିଛନ୍ତି । ମନିଷ ପାଣ୍ଡେ, ବିଜୟ ଶଙ୍କର ମଧ୍ୟ କ୍ରମରେ ରହିଛନ୍ତି ।

ବୋଲିଂ ବିଭାଗରେ ଜେସନ ହୋଲ୍ଡର, ସ୍ପିନର ରସିଦ ଖାନ ଓ ସାହାବଜ ନଦୀମ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.