ETV Bharat / sports

ଆଇପିଏଲ 2020: ଦୀପକ ହୁଡ୍ଡାଙ୍କ ଦମଦାର ଅର୍ଦ୍ଧଶତକ, ପଞ୍ଜାବ 153/6

author img

By

Published : Nov 1, 2020, 6:04 PM IST

ଦୀପକ ହୁଡ୍ଡାଙ୍କ ଅପରାଜିତ 30 ବଲରୁ 62 ରନର ଇଂନିସ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ 154 ରନର ବିଜୟ ଲକ୍ଷ୍ୟ ରଖିଛି କିଙ୍ଗ୍ସ ଏକାଦଶ ପଞ୍ଜାବ । ଅଧିକ ପଢନ୍ତୁ...

IPL 2020: Deepak Hooda's 62* helps KXIP set 154 runs target for CSK
ଆଇପିଏଲ 2020: ଦୀପକ ହୁଡ୍ଡାଙ୍କ ଦମଦାର ଅର୍ଦ୍ଧଶତକ, ପଞ୍ଜାବ 153/6

ଆବୁଧାବି: ରବିବାର ଡବଲହେଟରର ପ୍ରଥମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ, ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ 154 ରନର ବିଜୟ ଲକ୍ଷ୍ୟ ରଖିଛି । ଦୀପକ ହୁଡ୍ଡାଙ୍କ ଅପରାଜିତ 30 ବଲରୁ 62 ରନର ଇଂନିସ ବଳରେ ପଞ୍ଜାବ ଲଢୁଆ ସ୍କୋର କରିପାରିଛି ।

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏହି ମ୍ୟାଚ ଚଳିତ ଆଇପିଏଲର ଶେଷ ମ୍ୟାଚ । ଟସ ଜିତି ମହେନ୍ଦ୍ର ସିଂ ଧୋନି ବୋଲିଂ ନିଷ୍ପତ୍ତି ନେବା ପରେ ସିଏସକେ ବୋଲର କ୍ୟାପଟେନଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ ।

ଦୁଇ ପଞ୍ଜାବ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଦ୍ରୁତ ରନ ସଂଗ୍ରହ କରିବା ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିଲେ । ଆରମ୍ଭରୁ କିଛି ଓଭର ଉଭୟ ଖେଳାଳି ଆକ୍ରମଣାତ୍ମକ ରଣନୀତିରେ ସଫଳ ମଧ୍ୟ ହୋଇଥିଲେ । ପ୍ରଥମ ୱିକେଟ ଯୋଡିରେ 48 ରନ ଯୋଡିଥିଲେ । ମାତ୍ର ରାହୁଲ 27 ବଲରୁ 29 ଓ ଅଗ୍ରୱାଲ 15 ବଲରୁ 26 ରନ କରି ପାଭିଲିୟନ ଫେରିଥିଲେ । ଦକ୍ଷିଣ ଆଫ୍ରିକୀୟ ବୋଲର ଲୁଙ୍ଗି ନିଙ୍ଗିଡିଙ୍କ ଶିକାର ହୋଇଥିଲେ ଉଭୟ ଖେଳାଳି ।

ମ୍ୟାଚର 11ତମ ଓଭର ସୁଦ୍ଧା ପଞ୍ଜାବ 3 ୱିକେଟ ହରାଇ 68 ରନ ସଂଗ୍ରହ କରିଥିଲା । ନିକୋଲାସ ପୁରୋନ ଓ କ୍ରିସ ଗେଲ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ । ଫଳରେ ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ବ୍ୟଗ୍ର ଥିବା ପଞ୍ଜାବ ସଙ୍କଟରେ ପଡିଥିଲା । ମାତ୍ର ଶେଷ ଭାଗରେ ଦୀପକ ହୁଡ୍ଡା 30 ବଲରୁ 3 ଚୌକା ଓ 4 ଛକା ସହାୟତାରେ 62 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ଦଳର ସ୍କୋର 160 ପାର କରାଇଥିଲେ ।

ଚେନ୍ନାଇ ପକ୍ଷରୁ ଲୁଙ୍ଗି ନିଙ୍ଗିଡି ସର୍ବାଧିକ 3ଟି ୱିକେଟ ଅକ୍ତିଆଲ କରିଛନ୍ତି । ଶାର୍ଦ୍ଦୁଳ ଠାକୁର, ଇମ୍ରାନ ତାହିର ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.