ETV Bharat / sports

ଆଇପିଏଲ 2020: ଟସ ଜିତିଲେ ଧୋନି, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Nov 1, 2020, 3:39 PM IST

ଟସ ଜିତି ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେଏଲ ରାହୁଲଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ।

IPL 2020: CSK win toss, elect to bowl first against KXIP
ଆଇପିଏଲ 2020: ଟସ ଜିତିଲେ ଧୋନି, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ଆବିଧାବି:ଆଇପିଏଲରେ ଆଜି(ରବିବାର) ରହିଛି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଟସ ଜିତି ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେଏଲ ରାହୁଲଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ । ଏହି ମ୍ୟାଚ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଉଛି ।

ଏହି ମ୍ୟାଚ ଆଇପିଏଲ 2020ରେ ସିଏସକେ ପାଇଁ ଶେଷ ମ୍ୟାଚ ହେବ । ଶେଷ ମ୍ୟାଚରେ ସେନ ୱାଟସନ, ମିଚେଲ ସାଣ୍ଟନର ଓ କର୍ଣ୍ଣ ଶର୍ମାଙ୍କ ସ୍ଥାନରେ ଫାଫ ଡୁପ୍ଲେସିସ, ଇମ୍ରାନ ତାହିର ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି ସିଏସକେ ।

ପଞ୍ଜାବ ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି । ଗ୍ଳେନ ମାକ୍ସୱେଲଙ୍କ ସ୍ଥାନରେ ଜେମ୍ସ ନିଶାମ ଓ ଅର୍ଶଦୀପଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ଟିମକୁ ଫେରିଛନ୍ତି । ଚେନ୍ନାଇ ଓ ପଞ୍ଜାବ ଆଇପିଏଲରେ ଏଯାବତ 22 ଥର ମୁହାଁମୁହିଁ ହୋଇଛନ୍ତି । 13ଟିରେ ଚେନ୍ନାଇ ବାଜିମାତ କରିଥିବା ବେଳେ, ପଞ୍ଜାବ 9ଟି ମ୍ୟାଚରେ ବିଜୟୀ ହୋଇଛି ।

ଅକ୍ଟୋବର 4ରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଶେଷ ଥର ସାମ୍ନାସାମ୍ନି ହୋଇଥିଲେ ଦୁଇଟିମ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ 10 ୱିକେଟରେ ପଞ୍ଜାବକୁ ହରାଇଥିଲା । ଓପନର ଫାପ ଡୁପ୍ଲେସିସ ଓ ସେନ ୱାଟସନଙ୍କ ମଧ୍ୟରେ 80ରୁ ଅଧିକ ରନର ପାର୍ଟନରସିପ ହୋଇଥିଲା । ପଞ୍ଜାବ କ୍ୟାପଟେନ କେଏଲ ରାହୁଲ ମଧ୍ୟ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ଚେନ୍ନାଇ ସୁପର କିଙ୍ଗ୍ସ(ଚୁ଼ଡାନ୍ତ ଏକାଦଶ): ଫାପ ଡୁପ୍ଲେସିସ, ଋତୁରାଜ ଗାଏକ୍ବାଡ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(ୱିକେଟ କିପର/କ୍ୟାପଟେନ), ଏନ. ଜଗଦୀଶାନ, ରବିନ୍ଦ୍ର ଜାଡେଜା, ସାମ କରନ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଲୁଙ୍ଗି ନିଙ୍ଗିଡି, ଇମ୍ରାନ ତାହିର ।

କିଙ୍ଗ୍ସ ଇଲେଭନ ପଞ୍ଜାବ (ଚୁଡାନ୍ତ ଏକାଦଶ): କେଏଲ ରାହୁଲ(କ୍ୟାପଟେନ/ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ନିକୋଲାସ ପୁରୋନ, ମନ୍ଦୀପ ସିଂହ, ଜେମ୍ସ ନିଶାମ, ଦୀପକ ହୁଡ୍ଡା, କ୍ରିସ ଜୋର୍ଡାନ, ମୁରୁଗାଁ ଅଶ୍ବିନୀ, ରବି ବିଷ୍ଣୋଇ, ମହମ୍ମଦ ସାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.