ETV Bharat / sports

ଆଇପିଏଲ 2020: 9 ୱିକେଟରେ ଚେନ୍ନାଇ ବିଜୟୀ, ପଞ୍ଜାବ ବାଦ

ଚେନ୍ନାଇ ସୁପର କିଙ୍ଗ୍ସ 154 ରନର ବିଜୟ ଲକ୍ଷ୍ୟକୁ 9 ୱିକେଟରେ 7ଟି ବଲ ବାକିଥାଇ ଜିତିନେଇଛି ।

IPL 2020: CSK win by 9 wickets, KXIP knocked out
ଆଇପିଏଲ 2020: 9ୱିକେଟରେ ଚେନ୍ନାଇ ବିଜୟୀ, ପଞ୍ଜାବ ବାଦ
author img

By

Published : Nov 1, 2020, 8:17 PM IST

ଆବୁଧାବି: ବୋଲର ଲୁଙ୍ଗି ନିଙ୍ଗିଡିଙ୍କ ଦମଦାର ପ୍ରଦର୍ଶନ ଓ ଓପନିଂ ବ୍ୟାଟ୍ସମ୍ୟାନ ଋୁତୁରାଜ ଗାଏକ୍ବାଡ, ଫାପ ଡୁପ୍ଲେସିସଙ୍କ ଦମଦାର ବ୍ୟାଟିଂ ବଳରେ ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ ।

ଫଳରେ ରବିବାର, ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଆଇପିଏଲ 2020ରୁ ଧୋନିଙ୍କ ୟେଲୋ ଆର୍ମୀର ଅଭିଯାନ ଶେଷ ହୋଇଛି । ଏହି ମ୍ୟାଚର ଫଳାଫଳ ସିଏସକେ ସପକ୍ଷରେ ଯିବାପରେ, ଔପଚାରିକ ଭାବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି କିଙ୍ଗ୍ସ ଏକାଦଶ ପଞ୍ଜାବ ।

ଚେନ୍ନାଇ ପକ୍ଷରୁ କ୍ୟାପଟେନ ଧୋନି ଟସ ଜିତି ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦୀପକ ହୁଡ୍ଡାଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ନିର୍ଧାରିତ 20 ଓଭରରେ 6 ୱିକେଟ ହରାଇ 153 ରନ ସଂଗ୍ରହ କରିଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ 154 ରନର ବିଜୟ ଲକ୍ଷ୍ୟକୁ 9 ୱିକେଟରେ 7ଟି ବଲ ବାକିଥାଇ ଜିତିନେଇଛି । ଏହି ବିଜୟ ଚଳିତ ଆଇପିଏଲରେ ଚେନ୍ନାଇର ଲଗାତାର 3ୟ ବିଜୟ ।

ବିଜୟ ସହ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ 2020 ଅଭିଯାନ ଶେଷ ହୋଇଛି । ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି ଦଳ । ମାତ୍ର କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ଳେ-ଅଫ୍ ଆଶାକୁ ଧୂଳିଶାତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.