ETV Bharat / sports

ଆଇପିଏଲ 2020: ବାଙ୍ଗାଲୋରକୁ ବିଦାକଲା ହାଇଦ୍ରାବାଦ

ରବିବାର କ୍ବାଲିଫାୟର 2ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢନ୍ତୁ...

IPL 2020: All-round Holder, Williamson lead SRH to 6-wkt win over RCB
ଆଇପିଏଲ 2020: ବାଙ୍ଗାଲୋରକୁ ବିଦାକଲା ହାଇଦ୍ରାବାଦ
author img

By

Published : Nov 7, 2020, 1:14 AM IST

Updated : Nov 7, 2020, 5:00 AM IST

ଆବୁଧାବି: ଆଇପିଏଲର ଏଲିମିନେଟର ମ୍ୟାଚରେ ଶୁକ୍ରବାର, କେନ ୱିଲିୟମସନଙ୍କ 33ତମ ଟି-20 ଅର୍ଦ୍ଧଶତକ ଓ ଜେସନ ହୋଲ୍ଡରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ(SRH), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ 6 ୱିକେଟରେ ହରାଇଛି ।

ଫଳରେ ଆଇପିଏଲ 13ରେ ଆରସିବିର ପ୍ରଥମ ଆଇପିଏଲ ଟ୍ରଫି ବିଜୟର ଆଶା ଧୂଳିଶାତ ହୋଇଛି । ଅଧୁରା ଆଇପିଏଲ ଟ୍ରଫି ସ୍ବପ୍ନକୁ ନେଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ବିରାଟ କୋହଲିଙ୍କ ଆରସିବି । ଅନ୍ୟପଟେ ରବିବାର କ୍ବାଲିଫାୟର 2ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ହାଇଦ୍ରାବାଦ । ଫାଇନାଲ ମ୍ୟାଚ ମଙ୍ଗଳବାରକୁ ଖେଳାଯିବ । କ୍ବାଲିଫାୟର 2ର ବିଜେତା ଟିମ ମୁମ୍ବାଇ ଇଣ୍ଡିଆନ୍ସ ସହ ଫାଇନାଲ ଖେଳିବ ।

IPL 2020: All-round Holder, Williamson lead SRH to 6-wkt win over RCB
କେନ ୱିଲିୟମସନ

132 ରନର ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦକୁ ୱିଲିୟମସନ ଓ ହୋଲ୍ଡର 65 ରନର ଅପରାଜିତ ଭାଗିଦାରୀ ସହ ବିଜୟ ଭେଟିଦେଇଥିଲେ । ମହମ୍ମଦ ଶିରାଜ, ୟୁଜଭେନ୍ଦ୍ର ଚହଲ ଓ ଆଡାମ ଜାମ୍ପାଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା । ଆହତ ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଓପନିଂ ପାଇଁ ଆସିଥିବା ଶ୍ରୀବାତ ଗୋସ୍ବାମୀ ଓ କ୍ୟାପେଟନ ଡେଭିଡ ୱାର୍ଣ୍ଣରଙ୍କ ୱିକେଟ ହାସଲ କରି ପୂର୍ବରୁ ସିରାଜ ଆରସିବି କ୍ୟାମ୍ପରେ ଆଶା ଭରିଥିଲେ । ଏଥିସହ ମ୍ୟାଚ ଉପରେ ନିୟନ୍ତ୍ରଣ ପାଇଁ ସମସ୍ତ ଚେଷ୍ଟା କରିଥିଲେ ବାଙ୍ଗାଲୋର ବୋଲର । ମାତ୍ର ୱିଲିୟମସନ ଓ ହୋଲ୍ଡର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ହାଇଦ୍ରାବାଦକୁ ବିଜୟୀ କରାଇଥିଲେ ।

ୱିଲିୟମସନ 44 ବଲରୁ ଅପରାଜିତ 50 ଓ ହୋଲ୍ଡର 20 ବଲରୁ 24 ରନର ଇଂନିସ ଖେଳିଥିଲେ । 19.4 ଓଭରରେ ବିଜୟ ସହ ଅରେଞ୍ଜ ଆର୍ମୀ 132/4ରେ ଇଂନିସ ଶେଷ କରିଥିଲା । ପୂର୍ବରୁ ବଲରେ କମାଲ ଦେଖାଇ ଜେସନ ହୋଲ୍ଡର 3ଟି ୱିକେଟ ଅକ୍ତିଆର କରିବା ସହ ଆରସିବି ଇଂନିସକୁ 131/7ରେ ସୀମିତ ରଖିଥିଲେ ।

ଆରସିବି ପକ୍ଷରୁ ଏବି ଡି ଭିଲିୟର୍ସ 56 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ମାତ୍ର ଟି.ନଟରାଜନ ଏକ ଘାତକ ୟର୍କରରେ ଡିଭିଲିୟର୍ସଙ୍କ ୱିକେଟ ଅକ୍ତିଆର କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଆରସିବି 131/7 ,20ଓଭର(ଏବି ଡିଭିଲିର୍ସ 56, ଆରୋନ ଫିଞ୍ଚ 32; ଜେସନ ହୋଲ୍ଡର 3/25) ସନରାଇଜର୍ସ ହାଇଦ୍ରାବାଦ 132/4, 19.4 ଓଭର(କେନ ୱିଲିୟମସନ 50, ଜେସନ ହୋଲ୍ଡର 24; ମହମ୍ମଦ ଶିରାଜ2/28)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 7, 2020, 5:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.