ETV Bharat / sports

ଅଷ୍ଟ୍ରେଲିଆ ଗସ୍ତରୁ ଆହତ ରୋହିତ ବାଦ - ଭାରତର ଅଷ୍ଟ୍ରଲିଆ ଗସ୍ତ

ସୀମିତ ଓଭର କ୍ରିକେଟରେ ଭାରତୀୟ ଟିମର ଭାଇସ-କ୍ୟାପଟେନ ତଥା ଓପନର ରୋହିତ ଶର୍ମା ଅଷ୍ଟ୍ରଲିଆ ଗସ୍ତ ପାଇଁ ଘୋଷିଣ 3ଟି ସ୍କ୍ବାଡରୁ ବାଦ ପଡିଛନ୍ତି ।

Injured Rohit not named in India squad, may turn up for MI on Nov 3
ଟିମ ଇଣ୍ଡିଆ ସ୍କ୍ବାଡରୁ ଆହତ ରୋହିତ ବାଦ, ଶୀଘ୍ର ଫେରିବା ସମ୍ଭାବନା
author img

By

Published : Oct 27, 2020, 4:11 PM IST

ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ଭାରତୀୟ ଟିମର ଭାଇସ-କ୍ୟାପଟେନ ତଥା ଓପନର ରୋହିତ ଶର୍ମା ଅଷ୍ଟ୍ରଲିଆ ଗସ୍ତ ପାଇଁ ଘୋଷିଣ 3ଟି ସ୍କ୍ବାଡରୁ ବାଦ ପଡିଛନ୍ତି ।

ମାଂସପେଶୀ ଯନ୍ତ୍ରଣା ଜନିତ ଆହତ ଯୋଗୁଁ ରୋହିତ, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଗତ କିଛି ମ୍ୟାଚ ଖେଳିପାରି ନାହାନ୍ତି । ତେବେ ଗୋଟିଏ ସପ୍ତାହ ମଧ୍ୟରେ ସେ ପୁନର୍ବାର ମୁମ୍ବାଇ ପକ୍ଷରୁ ଖେଳିବା ନଜର ଆସିବେ ବୋଲି କୁହାଯାଉଛି ।

"ବିସିସିଆଇ ମେଡିକାଲ ଟିମ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କ ଫିଟ ହେବା ନେଇ ନଜର ରଖିଛନ୍ତି ।" ସ୍କ୍ବାଡ ଘୋଷଣା ସମୟରେ ଏକ ପ୍ରେସ ବିଜ୍ଞପ୍ତିରେ ଏହା କହିଛନ୍ତି, ବିସିସିଆଇ ସମ୍ପାଦକ ଜୟ ଶାହ ।

ଅଷ୍ଟ୍ରେଲିଆ ଗସ୍ତରେ 3 ଟିକିଆ ଅନ୍ତର୍ଜାତୀୟ ଟି-20 ସିରିଜ, 3ଟି ଦିନିକିଆ ଓ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଅଷ୍ଟ୍ରେଲିଆ ସିରିଜ ନେଇ ରୋହିତ ଫିଟ ହେବେନାହିଁ ବୋଲି ବିସିସିଆଇ ବିଶ୍ବାସ କରିବାର କିଛି ମିନିଟ ପରେ ରୋହିତଙ୍କୁ ନେଟସ ପ୍ରାକ୍ଟିସରେ ଦେଖାଯାଇଛି । ଫଳରେ ନଭେମ୍ବର 3ରେ ହାଇଦ୍ରାବାଦ ବିପକ୍ଷରେ ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚରେ ରୋହିତ ଖେଳିବାର ସମ୍ଭାବନା ରହିଛି ।

ଫଳରେ ଆଇପିଏଲର ଶେଷ ସପ୍ତାହରେ ରୋହିତ ମୁମ୍ବାଇ ପକ୍ଷରୁ ମ୍ୟାଚ ଖେଳିବା ପରେ, ଫିଟ ପ୍ରମାଣିତ ହୋଇପାରିବେ ଓ ସ୍କ୍ବାଡକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.