ETV Bharat / sports

ଉଚ୍ଛେଦ ହେଲା 370, ପ୍ରତିକ୍ରିୟା ରଖିଲେ ଭାରତୀୟ କ୍ରିକେଟର

author img

By

Published : Aug 5, 2019, 6:26 PM IST

ଧାରା 370କୁ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ଭାରତୀୟ କ୍ରିକେଟରମାନେ ବି ନିଜର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତୁ ଜାଣିବା କିଏ କଣ କହିଛନ୍ତି...

ଡିଜାଇନ ଫଟୋ

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ଘୋଷଣା । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପାଇଁ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ସଙ୍କଳ୍ପ ଆଗତ କରିଛନ୍ତି । ତେବେ ଏହି ପ୍ରସ୍ତାବକୁ ନେଇ ବିଭିନ୍ନ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି । ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ଭାରତୀୟ କ୍ରିକେଟରମାନେ ବି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଧାରା 370 ହଟିବା ନେଇ ଖୁସି ଜାହିର କରିଛନ୍ତି । ଗମ୍ଭୀର ନିଜର ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, କିଏ ବି ଏହା କରି ପାରି ନଥିଲେ, ଯାହା ଆମେ କରିକି ଦେଖେଇଲୁ । କାଶ୍ମୀରରେ ଏବେ ଆମର ତ୍ରୀରଙ୍ଗା ଉଡିବ ।

GautamGambhir
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@GautamGambhir

ସେହିପରି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଟ୍ବିଟରରେ ଲେଖିଛନ୍ତି, ଏହା ଐତିହାସିକ ପଦକ୍ଷେପ, ଜୟ ହିନ୍ଦ ।

cricketer
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ImRaina

କିମ୍ବଦନ୍ତୀ ଖେଳାଳି ମହମ୍ମଦ କୈଫ ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ଏହି ଘୋଷଣା ପରେ କାଶ୍ମୀରରେ ଶାନ୍ତି ଓ ପ୍ରେମର ବାତାବରଣ ସୃଷ୍ଟି ହେବ । #370

cricketer
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ @MohammadKaif

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.