ETV Bharat / sports

ପୁଣେ ଟେଷ୍ଟ: ଭାରତ ଏକ ଇନିଂସ ଏବଂ 137ରନରେ ବିଜୟୀ - latest virat kohli news

ଭାରତ 3ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଆଗୁଆ 2-0ରେ ନିଜ ନାଁରେ କରିଛି । ରବିବାର ଦିନ ମହାରାଷ୍ଟ୍ର କ୍ରିକେଟ ସଂଘ ଗ୍ରାଉଣ୍ଡରେ ଖେଳାଯାଉଥିବା 2ୟ ଟେଷ୍ଟ ମ୍ୟାଚରେ ଦ.ଆଫ୍ରିକାକୁ ଏକ ଇନିଂସ ଏବଂ 137ରନ୍‌ରେ ପରାସ୍ତ କରିଛି ଭାରତ ।

ଭାରତ
author img

By

Published : Oct 13, 2019, 5:37 PM IST

ପୁଣେ: ଟିମ ଇଣ୍ଡିଆ ରବିବାର ଦିନ 2ୟ ଟେଷ୍ଟ ମ୍ୟାଚରେ ଦ.ଆଫ୍ରିକାକୁ ପରାସ୍ତ କରି ଆଗୁଆ ନିଜ ନାଁରେ ସିରିଜ କରିଛି । ଆଜି ମହାରାଷ୍ଟ୍ର କ୍ରିକେଟ ସଂଘ ଗ୍ରାଉଣ୍ଡରେ ଖେଳାଯାଉଥିବା 2ୟ ଟେଷ୍ଟ ମ୍ୟାଚରେ ଦ.ଆଫ୍ରିକାକୁ ଏକ ଇନିଂସ ଏବଂ 137ରନ୍‌ରେ ପରାସ୍ତ କରିଛି ଭାରତ ।

ଭାରତ
ମ୍ୟାନ ଅଫ ଦି ମ୍ୟାଚ'ବିରାଟ କୋହଲି'

ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଦମ୍‌ଦାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

ଭାରତ ପ୍ରଥମ ପାଳିରେ 5 ଓ୍ବିକେଟ ବିନିମୟରେ 601ରନରେ ପାଳି ଘୋଷଣା କରିଥିଲା । ଏହାପରେ ଅତିଥି ଦଳ ପ୍ରଥମ ପାଳିରେ 275ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା । ଏହାପରେ ଆଜି 4ର୍ଥ ଦିନରେ ଦ.ଆଫ୍ରିକା ଫଲୋଅନ୍ ପାଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ସମ୍ପୂର୍ଣ୍ଣ ଟିମ୍‌ 189ରନ୍‌ରେ ହିଁ ପାଭିଲିୟମକୁ ଫେରି ଯାଇଥିଲେ । ଏହି 2ୟ ଇନିଂସରେ ଦଳ ପକ୍ଷରୁ ସର୍ବାଧିକ 48ରନ ଡିନ ଏଲଗର ସ୍କୋର କରିଥିଲେ ।

ଦ.ଆଫ୍ରିକାକୁ ପରାସ୍ତ କରି ଆଗୁଆ ନିଜ ନାଁରେ ସିରିଜ କଲା ଭାରତ

ଅପରପକ୍ଷରେ ଭାରତ ପକ୍ଷରୁ ଉମେଶ ଯାଦବ ଓ ରବିନ୍ଦ୍ର ଜାଡେଜା ସର୍ବାଧିକ 3-3ଟି ଓ୍ବିକେଟ ଅକ୍ରିଆର କରିଛନ୍ତି । ଏହି ବିଜୟ ଫଳରେ ଭାରତ 3ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ 2-0ରେ ନିଜ ନାଁରେ କରିଛି । ଏହା ପୂର୍ବରୁ ଭାରତ ବିଶାଖାପାଟଣାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦ.ଆଫ୍ରିକାକୁ 203ରନରେ ପରାସ୍ତ କରିଥିଲା ।

ଆସନ୍ତା ଅକ୍ଟୋବର19 ତାରିଖ ଦିନ ଉଭୟ ଦଳ ମଧ୍ୟରେ ରାଞ୍ଚି ଠାରେ 3ୟ ଟେଷ୍ଟ ମ୍ୟାଚ ଖେଳାଯିବ ।

Intro:Body:

aaa

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.