ETV Bharat / sports

ବାରବାଟୀ ଦିନିକିଆ: ଡିସେମ୍ବର 5ରୁ ଅନଲାଇନ ଟିକେଟ ବିକ୍ରି

author img

By

Published : Nov 16, 2019, 6:02 PM IST

ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର 5ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ସେହିଭଳି 19ରେ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଅଫ ଲାଇନ ଟିକେଟ । ଅଧିକ ଖବର ଜାଣନ୍ତୁ...

ବାରବାଟୀ ଦିନିକିଆ

ଭୁବନେଶ୍ବର: ଐତିହାସିକ ବାରବାଟୀରେ ହେବ ଭାରତ- ୱେଷ୍ଟଇଣ୍ଡିଜ 2ୟ ଦିନିକିଆ ମ୍ୟାଚ । ମ୍ୟାଚ ପାଇଁ ଡିସେମ୍ବର 5ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ସେହିଭଳି 19ରେ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଅଫ ଲାଇନ ଟିକେଟ । ଶନିବାର ସୁରକ୍ଷା ବୈଠକ ପରେ ଓସିଏ ସମ୍ପାଦକ ଏବଂ ପୋଲିସ କମିଶନର ଏହି ସୂଚନା ଦେଇଛନ୍ତି । ତେବେ ଅରିଜିନାଲ ଟିକେଟରେ ରହିବ ଓସିଏର ଲୋଗୋ ।

ବାରବାଟୀ ଦିନିକିଆ

ସେହିପରି ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଟିକେଟ ଲାଗୁ ହେବ । ସମସ୍ତ ଟିକେଟରେ 18 ପ୍ରତିଶତ ଜିଏସ୍‌ଟି ବାଧ୍ୟତାମୂଳକ ହୋଇଛି । ଏହାଛଡ଼ା ଷ୍ଟାଡିୟମ ଭିତରକୁ ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ ହେଲମେଟ୍‌ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମ୍ୟାଚ୍‌ ପାଇଁ ଉଭୟ ଟିମ୍‌ 19ରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି କୁହାଯାଇଛି । ତେବେ ଗତଥର ଭଳି ଏଥର ମଧ୍ୟ ୯ହଜାର ଟିକେଟ ଅନଲାଇନରେ ମିଳିବ । ସେହିପରି ମୋଟ 43 ହଜାର 929 ଟିକେଟରୁ, 10 ହଜାର 484ଟି ଟିକେଟ ବିସିସିଆଇ ଓ ଅଫିସିଆଲ୍ସ ପାଇଁ ରହିବ । ବାକି ଟିକେଟ 19ରୁ କାଉଣ୍ଟରରେ ଉପଲବ୍ଧ ହେବ ।

ତେବେ ଖେଳାଳିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ବାରବାଟୀର ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ସଜାଗ ରହିବ । କଟକ ଡିସିପି ଅଖିଳେଶ୍ବର ସିଂ ଏହି ଦାୟିତ୍ବରେ ରହିବେ । ଟ୍ରାଫିକ ପରିଚାଳନା ଦାୟିତ୍ବ ନେବେ ଟ୍ରାଫିକ ଡିସିପି ସାଗରିକା ନାଥ । ସେହିପରି ଖେଳାଳିଙ୍କ ସୁରକ୍ଷା ସହ ଯିବା ଆସିବା ଦାୟିତ୍ବ ନେବେ ଭୁବନେଶ୍ବର ଡିସିପି ଅନୁପ ସାହୁ । ଅନ୍ୟପଟେ ଗ୍ୟାଲେରୀରେ ମିଳିବ ବ୍ରାଣ୍ଡେଡ ଖାଦ୍ୟ । ଦର୍ଶକଙ୍କ ମନୋରଞ୍ଜନ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଡିସେମ୍ବର ୫ରୁ ଅନଲାଇନ ଟିକେଟ ବିକ୍ରି,
ଅରଜିନାଲ ଟିକେଟରେ ଓସିଏ ଲୋଗୋBody:

ଆସନ୍ତା ଡିସେମ୍ବର ୨୨ରେ ହେବ ଆନ୍ତର୍ଜାତିୟ କ୍ରିକେଟ ମ୍ଯାଚ।ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ ଦଳ।ବାରବାଟିରେ ହେବ ଏହି କ୍ରିକେଟ ମହାସମର। ଏଥିପାଇଁ ହୋଇଛି ବ୍ଯାପକ ପ୍ରସ୍ତୁତି ଓ ଦର୍ଷକଙ୍କ ପାଇଁ ସୁବିଧା ସୁଯୋଗ।ଏଥର ଦର୍ଷକ ଗ୍ଯାଲେରିରେ ମିଳିବ ବ୍ରାଣ୍ଡେଡ ଖାଦ୍ଯ।ଖୋଲିବ ସ୍ବତନ୍ତ୍ର ଆଉଟଲେଟ।ମନଇଛା ଦର ନେଇପାରିବେନି ଖାଦ୍ଯ ବିକ୍ରେତା ଏଥିପାଇଁ ଲାଗିବ ସ୍ବତନ୍ତ୍ର ଚାଟ।ଏଥି ସହ ଟିକେଟ ଡୁପ୍ଲିକେଟ ଦୃଷ୍ଟିରେ ସ୍ବ୍କତନ୍ତ୍ର ପଦକ୍ଷେପ ନିଆଯାଇଛି।ଏଥର ଟିକେଟରେ ଓସିଏ ଲୋଗୋ ରହିବ।ତେବେ ସବୁଠୁ ବଡ କଥା ଟିକେଟ କ୍ପୟ କଲେ ଜିଏସଟି ଲାଗୁ ରହିବ। ୫୦୦ ଟଙ୍କାରୁ ଉର୍ଧ ଟିକେଟ ରେ ଲାଗୁ ହେବ ୧୮ ପ୍ରତିଶତ ଜିଏସଟି ଚାର୍ଜ।ଅନ୍ଯପଟେ ସୁରକ୍ଷା ଓ ପରିତାଳନା ଦୃଷ୍ଟିରୁ ଷ୍ଟାଡିୟମ ସୁରକ୍ଷା ଦାୟିତ୍ବ ତୁଲାଇବେ କଟକ ଡିସିପି ଅଖିଳେଶ୍ବର ସିଂ ।ଟ୍ରାଫିକ ପରିଚାଳନା ଦାୟିତ୍ବ ନେବେ ଟ୍ରାଫିକ ଡିସିପି ସାଗରିକା ନାଥ।ଖେଳାଳିଙ୍କ ସୁରକ୍ଷା ସହ ଯିବା ଆସିବା ଦାୟିତ୍ବ ନେବେ ଭୁବନେଶ୍ବର ଡିସିପି ଅନୁପ ସାହୁ।
ତେବେ ଆସନ୍ତା ୫ରୁ ଅନଲାଇନ ଟିକେଟ ବିକ୍ରି ହେବ।୯ହଜାର ଟିକେଟ ଅନଲାଇନ ରେ ମିଳିବ।ବାକି ୩୨ ହଜାର ଟିକେଟ ରୁ ୧୦ ହଜାର ବିସିସିଆଇ ଓ ଅଫିସିଆଲ ପାଇ ରହିବ।ତେବେ ମୋଟ ୪୩ ହଜାର ଟିକେଟ ବାକି ଟିକେଟ କାଉଣ୍ଟରରେ ମିଳିବ।ତେବେ ୧୯ରୁ କାଉଣ୍ଟର ଟିକେଟ ଉପଲବ୍ଧ ହେବ। ଖେଳାଳି ମାନେ ୧୯ରେ ପହଂଚିବେ ଓ ଭୁବନେଶ୍ବର ଏକ ତାରକା ହୋଟେଲରେ ରହିବେ। ୨୨ ତାରିଖରେ ମ୍ଯାଚ ଅନୁଷ୍ଠିତ ହେବ।
Conclusion:ବାଇଟ-ସୁଧାଶୁଂ ଷରଙ୍ଗି,ପୋଲିସ କମିସନର
ବାଇଟ-ସଂଜୟ ବେହେପା,ଓସିଏ ସମ୍ପାଦକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.