ଚେନ୍ନାଇ: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ଶୁଭସମୟ ଚାଲିଛି । ନିକଟରେ ବାଂଲାଦେଶ ବିଫକ୍ଷରେ ଟି20 କ୍ରିକେଟରେ ଡେବ୍ୟୁ କରିଥିବା ଏହି ଶିବମ ଅନ୍ତଜାର୍ତୀୟ ଦିନିକିଆରେ ମଧ୍ୟ ଡେବ୍ୟୁ କରିଛନ୍ତି । ଭାରତୀୟ ଦଳରେ ଶିବମ ଦୁବେ 228 ତମ ଦିନିକିଆ ଖେଳାଳି ଭାବେ ଡେବ୍ୟୁ କରିଛନ୍ତି।
26 ବର୍ଷିୟ ମୁମ୍ବାଇ ଅଲରାଉଣ୍ଡର ଦୁବେ ଭାରତର ବାଂଲାଦେଶ ବିପକ୍ଷ ଟି20 ସିରିଜରେ ପ୍ରମୁଖ ଭୁମକା ଗ୍ରହଣ କରିଥିଲେ । 3ୟ ତଥା ନିର୍ଣ୍ଣାୟକ ମ୍ୟାଚରେ 3ଟି ୱିକେଟ ନେଇ ଭାରତର ବିଜୟକୁ ନିଶ୍ଚିନ୍ତ କରିଥିଲେ ସେ। ଏହାସହିତ ଇଣ୍ଡିଜ ବିପକ୍ଷ ଟି20 ସିରିଜରେ ଶିବମ କୋହଲିଙ୍କ ସ୍ଥାନରେ ବ୍ୟାଟିଂ କରି ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), କେଦାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଦୀପକ ଚହର ଓ ମହମ୍ମଦ ସାମି, ଶିବମ ଦୁବେ।