ETV Bharat / sports

ଭାରତ ଆହତ ସମସ୍ୟାର ସମୀକ୍ଷା କରିବା ଉଚିତ: ଗିଲଖ୍ରୀଷ୍ଟ

ଏକାଧିକ ଖେଳାଳି ଆହତ ହେବାର କାରଣ ନେଇ ଭାରତ ସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଆଡାମ ଗୀଲଖ୍ରୀଷ୍ଟ । ଅଧିକ ପଢନ୍ତୁ...

India need to work out why there have been so many injuries: Gilchrist
ଆହତ ସମସ୍ୟାର ସମୀକ୍ଷା କରିବା ଉଚିତ ଭାରତ: ଗିଲଖ୍ରୀଷ୍ଟ
author img

By

Published : Jan 15, 2021, 9:06 PM IST

ବ୍ରିସବେନ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମକୁ ନେଇ ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଡାମ ଗୀଲଖ୍ରୀଷ୍ଟଙ୍କ ବଡ ବୟାନ । ଏକାଧିକ ଖେଳାଳି ଆହତ ହେବାର କାରଣ ନେଇ ଭାରତ ସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ଗିଲଖ୍ରୀଷ୍ଟ ।

ଚଳିତ ବର୍ଡର ଗାଭାସ୍କର ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଛି ଭାରତୀୟ ଟିମ । ତେବେ ସ୍କ୍ବାଡର ପ୍ରାୟ ଅଧିକାଂଶ ଖେଳାଳି ଆହତ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥିତି ଏପରି ହୋଇଛି ଯେ, ଫିଟ ଏକାଦଶ ଚୟନ କରିବା ମୁସ୍କିଲ ହୋଇଛି ।

ବ୍ରିସବେନ ଟେଷ୍ଟର ପ୍ରଥମ ଦିନରେ ଆଉଜଣେ ଭାରତୀୟ ଖେଳାଳି ଆହତ ତାଲିକାରେ ଯୋଡି ହୋଇଛନ୍ତି । ଦ୍ରୁତ ବୋଲର ନବଦୀପ ସାଇନି ବୋଲିଂ କରୁଥିବା ସମୟରେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ସହ ପଡିଆରୁ ବାହାରକୁ ଚାଲିଯାଇଥିଲେ । ପରେ କିଛି ସମୟ ପରେ ଫେରିଥିଲେ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ନଥିଲେ ।

ତେବେ ଟିମ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ଭେଟେରାନ ବ୍ୟାଟ୍ସମ୍ୟାନ ଗିଲଖ୍ରୀଷ୍ଟ । ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ସିରିଜରେ ଭାରତୀୟ ଖେଳାଳିଙ୍କ ଲଢୁଆ ପ୍ରଦର୍ଶନକୁ ସେ ସାଧୁବାଦ ଜଣାଇଛନ୍ତି । ଏଯାବତ ସିରିଜ 1-1ରେ ବରାବର ରହିଛି । 49 ବର୍ଷୀୟ ପୂର୍ବତନ କ୍ରିକେଟର କହିଛନ୍ତି, ଅଧିକ ଟେଷ୍ଟ ଅଭିଜ୍ଞତା ନଥିବା ଯୁବ ଖେଳାଳି ଅଷ୍ଟ୍ରେଲିଆ ମାଟିରେ ଖେଳୁଥିଲେ ସୁଦ୍ଧା, ଭାରତୀୟ ଦଳର ପ୍ରଭାବୀ ପ୍ରଦର୍ଶନକୁ ସ୍ଥିର ରଖିଛନ୍ତି ।

ଗିଲଖ୍ରୀଷ୍ଟ ବର୍ଷ 1999ରୁ 2008 ମଧ୍ୟରେ 96ଟି ଟେଷ୍ଟରୁ 47.60 ହାରରେ 5570 ରନ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.