ୱେଲିଂଟନ: ରୋମାଞ୍ଚକର ସ୍ଥିତିରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ। ଭାରତ ପ୍ରଥମ ଇଂନିସରେ ଘରୋଇ ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା। ମାତ୍ର 165 ରନରେ ଅଲଆଉଟ ହୋଇଥିଲା ଦଳ। ତେବେ ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ 348 ରନ କରିଛି। ଫଳରେ 183 ରନର ମୂଲ୍ୟବାନ ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ କ୍ୟାପଟେନ କେନ ୱିଲିୟମସନ ସର୍ବାଧିକ 89ରନର ଇଂନିସ ଖେଳିଛନ୍ତି। ଭେଟେରାନ ରସ ଟେଲର 44, କଲିନ ଡି ଗ୍ରାଣ୍ଡହୋମ 43 ରନ କରି ଆଉଟ ହୋଇଥିଲେ। ତେବେ ଶେଷ ଭାଗରେ ଦୁଇ ବୋଲର କେଲ ଜେମିଏସନ 44 ଓ ଟ୍ରେଣ୍ଟ ବୋଲ୍ଟ 38 ରନର ଇଂନିସ ଖେଳି ନ୍ୟୁଜିଲାଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି।
ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ 3ଟି ୱିକେଟ ଅକ୍ତିଆର କରିଛନ୍ତି। ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।