ETV Bharat / sports

କୋଚ୍‌ ବିକ୍ରମ ରାଠୋରଙ୍କୁ ବ୍ୟାଟିଂ ଶ୍ରେୟ ଦେଲେ ଅଶ୍ବିନ - ବିକ୍ରମ ରାଠୋରଙ୍କୁ ବ୍ୟାଟିଂ ଶ୍ରେୟ

ସ୍ପିନ ଅନୂକୂଳ ପିଚ୍‌ରେ ଷ୍ଟାର ବ୍ୟାଟ୍ସମ୍ୟାନ ତିଷ୍ଠିବାକୁ ସଂଘର୍ଷ କରୁଥିବା ବେଳେ ଅଶ୍ବିନଙ୍କ ଶତକୀୟ ଇଂନିସକୁ ସବୁମହଲରେ ପ୍ରଶଂସା କରାଯାଉଛି । ଅଧିକ ପଢନ୍ତୁ...

Ind vs Eng: 'Would love to credit' Vikram Rathour for my batting, says Ashwin
କୋଚ୍‌ ବିକ୍ରମ ରାଠୋରଙ୍କୁ ବ୍ୟାଟିଂ ଶ୍ରେୟ ଦେଲେ ଅଶ୍ବିନ
author img

By

Published : Feb 15, 2021, 8:49 PM IST

ଚେନ୍ନାଇ: କ୍ୟାରିୟରର ପଞ୍ଚମ ଟେଷ୍ଟ ଶତକ ହାସଲ କରିବା ସହ ରବିଚନ୍ଦ୍ରନ ଅଶ୍ବିନ ଭାରତକୁ ଦ୍ବିତୀୟ ଇଂନିସରେ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ ପ୍ରଥମେ ବଲ୍‌ ରେ କମାଲ କରିବା ପରେ ଦ୍ବିତୀୟ ଇଂନିସରେ ବ୍ୟାଟରେ କରିସ୍ମା ଦେଖାଇଛନ୍ତି ଅଭିଜ୍ଞ ଅଶ୍ବିନ ।

ସ୍ପିନ ଅନୂକୂଳ ପିଚ୍‌ରେ ଷ୍ଟାର ବ୍ୟାଟ୍ସମ୍ୟାନ ତିଷ୍ଠିବାକୁ ସଂଘର୍ଷ କରୁଥିବା ବେଳେ ଅଶ୍ବିନଙ୍କ ଶତକୀୟ ଇଂନିସକୁ ସବୁମହଲରେ ପ୍ରଶଂସା କରାଯାଉଛି । ମାରାଥନ ଇଂନିସ ଖେଳିଥିବା ଅଶ୍ବିନ ବ୍ୟାଟିଂର ଶ୍ରେୟ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କୁ ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଅଶ୍ବିନ ଘରୋଇ ଦର୍ଶକଙ୍କ ସାମ୍ନାରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏକାକି ଇଂଲିସ ବୋଲରଙ୍କ ଉଚିତ ମୁକାବିଲା କରିବା ସହ ଆକ୍ରଣଣତ୍ମାକ ରଣନୀତି ଆପଣାଇ ଶତକ ହାସଲ କରିଥିଲେ ।

ଫଳରେ ଭାରତ ଭ୍ରମଣକାରୀ ଦଳ ସାମ୍ନାରେ 482 ରନର ବିଜୟ ଲକ୍ଷ୍ୟ ରଖିଛି । ତେବେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 53 ରନରେ 3 ୱିକେଟ ହରାଇ ସଂଘର୍ଷ କରୁଛି ଜୋ ରୁଟ୍‌ଙ୍କ ଦଳ । ଭାରତ ବିଜୟ ଠାରୁ ମାତ୍ର 7 ୱିକେଟ ଦୂରରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.