ETV Bharat / sports

ଚେନ୍ନାଇ ଟେଷ୍ଟ: 337ରେ ଭାରତ ଅଲଆଉଟ୍‌, 241ରନ୍‌ରେ ଅତିଥି ଦଳ ଆଗୁଆ - ଭାରତ ଅଲଆଉଟ୍‌

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର 4ର୍ଥ ଦିନର ଖେଳ ଜାରି । 4ର୍ଥ ଦିନର ଖେଳରେ ଭାରତ 337ରେ ଅଲଆଉଟ୍‌ ହୋଇଛି।

ଚେନ୍ନାଇ ଟେଷ୍ଟ: 337ରେ ଭାରତ ଅଲଆଉଟ୍‌, 241ରନ୍‌ରେ ଅତିଥି ଦଳ ଆଗୁଆ

author img

By

Published : Feb 8, 2021, 12:21 PM IST

ଚେନ୍ନାଇ:ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର 4ର୍ଥ ଦିନର ଖେଳ ଜାରି । 4ର୍ଥ ଦିନର ଖେଳରେ ଭାରତ 337ରେ ଅଲଆଉଟ୍‌ ହୋଇଛି। ବିପକ୍ଷ ଦଳ ପ୍ରଥମେ ବ୍ୟାଟିଂ କରି 578ରନ୍‌ର ବିଶାଳ ସ୍କୋର ଛିଡା କରିଥିଲା । ଏହି ପ୍ରକାରେ ଅତିଥି ଦଳ 241ରନ୍‌ରେ ଆଗୁଆ ରହିଛି ।

4ର୍ଥ ଦିନର ମ୍ୟାଚ ଆରମ୍ଭ ବେଳକୁ 6 ଓ୍ବିକେଟ ହରାଇ 257ରନ୍‌ କରିଥିଲା ଟିମ ଇଣ୍ଡିଆ । ମ୍ୟାଚର 4ର୍ଥ ଦିନରେ ଟେଷ୍ଟ କ୍ୟାରିଅରର 2ୟ ଅର୍ଦ୍ଧଶତକ ପାଳି ଖେଳିଛନ୍ତି ଓ୍ବାସିଂଟନ ସୁନ୍ଦର । 138ବଲ୍‌ରେ 88ରନ୍‌ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ପନ୍ତ ସର୍ବାଧିକ 91ରନ୍‌ କରିଥିବାବେଳେ ସୁନ୍ଦର 85*, ପୂଜାରା 73, ଅଶ୍ବିନ 31, ଶୁଭମନ ଗିଲ 29, କୋହଲି 11, ରୋହିତ 6, ଇଶାନ୍ତ 4 ଓ ରାହାଣେ 1ରନ୍‌ କରିଛନ୍ତି ।

ଇଂଲଣ୍ଡ ପକ୍ଷରୁ ଡୋମିନିକ ବେସ୍‌ ସର୍ବାଧିକ 4ଟି ଓ୍ବିକେଟ ନେଇଥିବାଳେ ଜ୍ୟାକ ଲିଚ, ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର 2ଟି ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.