ETV Bharat / sports

ସର୍ବାଧିକ ଓ୍ବିକେଟ ରେକର୍ଡ ତାଲିକାରେ ଇମ୍ରାନ ତାହିର

ପାକିସ୍ତାନ ବିପକ୍ଷରେ ଦ.ଆଫ୍ରିକାର ସ୍ପିନର ଇମ୍ରାନ ତାହିର 2ଟି ଓ୍ବିକେଟ ହାସଲ କରି ଦେଶ ପକ୍ଷରୁ ବିଶ୍ବକପ୍‌ରେ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ଖେଳାଳି ହୋଇଯାଇଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Jun 24, 2019, 2:36 PM IST

ହାଇଦ୍ରାବାଦ: ପାକିସ୍ତାନ ବିପକ୍ଷରେ ଦ.ଆଫ୍ରିକାର ସ୍ପିନର ଇମ୍ରାନ ତାହିର ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମ୍ୟାଚରେ ପାକିସ୍ତାନର 2 ଓପନରଙ୍କ ଓ୍ବିକେଟ ହାସଲ କରିଥିଲେ । ଏହି ଓ୍ବିକେଟ ହାସଲ କରିବା ପରେ ଦ.ଆଫ୍ରିକା ପକ୍ଷରୁ ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ଖେଳାଳି ତାଲିକାରେ ସେ ସାମିଲ ହୋଇଛନ୍ତି । ବିଶ୍ବକପରେ 20ଟି ମ୍ୟାଚ ଖେଳି ସେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି । ଏବେ ସୁଦ୍ଧା ବିଶ୍ବକପରେ ସେ 39ଟି ଓ୍ବିକେଟ ଅକ୍ତିଆର କରି ସାରିଛନ୍ତି ।

record
ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@ACBofficials

ଏହା ପୂର୍ବରୁ ଦ.ଆପ୍ରିକାର ଖେଳାଳି ଆଲାନ ଡୋନାଲ୍ଡଙ୍କ ନାଁରେ ଦେଶ ପକ୍ଷରୁ ବିଶ୍ବକପ୍‌ରେ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ରେକର୍ଡ ରହିଥିଲା । ଗତକାଲି ଏହି ରେକର୍ଡକୁ ଇମ୍ରାନ ତାହିର ଭାଙ୍ଗି ଦେଇଛନ୍ତି ।

ସୂଚନାଥାଉକି, ଆଲାନ ଡୋନାଲ୍ଡ ଦ.ଆଫ୍ରିକା ପାଇଁ 4ଟି ବିଶ୍ବକପ୍‌ରେ 25ଟି ମ୍ୟାଚ ଖେଳି 38ଟି ଓ୍ବିକେଟ ହାସଲ କରିଥିଲେ ।

ତେବେ ବିଶ୍ବକପ ଇତିହାସରେ ତାହିର ସର୍ବାଧିକ ଓ୍ବିକେଟ ହାସଲ କରିଥିବା 8ମ ଖେଳାଳି ହୋଇଯାଇଛନ୍ତି । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ବୋଲର ଗ୍ଲେନ ମାକଗ୍ରାଥ(71)ଙ୍କ ନାଁ ଥିବାବେଳେ 2ୟ ସ୍ଥାନରେ ଶ୍ରାଲଙ୍କା ଖେଳାଳି ମୁରଲୀଧରନ(68), 3ୟ ସ୍ଥାନରେ ପାକ୍‌ ଖେଳାଳି ଓ୍ବସିମ ଅକ୍ରମ(55),4ର୍ଥ -5ମ ସ୍ଥାନରେ ଶ୍ରାଲଙ୍କା ବୋଲର ମଲିଙ୍ଗା(51) ଏବଂ ଚାମିଣ୍ଡା ଭାସ(49), 6ଷ୍ଠ-7ମ ସ୍ଥାନରେ ଭାରତର ଜହିର ଖାନ(44) ଓ ଶ୍ରୀନାଥ(44) ରହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.