ETV Bharat / sports

ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ପୂର୍ବତନ କ୍ରିକେଟର ଦାନିସ କାନେରିଆଙ୍କ ଅଭିଯୋଗ

author img

By

Published : Apr 14, 2020, 1:08 PM IST

ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର ଦାନିସ କାନେରିଆ । ବୋର୍ଡ ସହଯୋଗ କରିଥିଲେ ସେ ଅନେକ ରେକର୍ଡ ଭଙ୍ଗ କରିପାରିଥାନ୍ତେ ବୋଲି କହିଛନ୍ତି ଏହି ପାକିସ୍ତାନ ସ୍ପିନର ।

If PCB had supported me, I would have broken many big records: Danish Kaneria
ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ପୂର୍ବତନ କ୍ରିକେଟର ଦାନିସ କାନେରିଆଙ୍କ ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର ଦାନିସ କାନେରିଆ । ବୋର୍ଡ ସହଯୋଗ କରିଥିଲେ ସେ ଅନେକ ରେକର୍ଡ ଭଙ୍ଗ କରିପାରିଥାନ୍ତେ ବୋଲି କହିଛନ୍ତି ଏହି ପାକିସ୍ତାନ ସ୍ପିନର ।

କାନେରିଆଙ୍କୁ ଏକ ଫିକ୍ସିଂ ମାମଲରେ ଆଜୀବନ କ୍ରିକେଟରୁ ବାସନ୍ଦ ହେବାକୁ ପଡିଛି । ତେବେ 2ୟ ହିନ୍ଦୁ କ୍ରିକେଟର ଭାବେ ପାକିସ୍ତାନ ଟିମରେ ଖେଳିବାର ସୁଯୋଗ ପାଇଛନ୍ତି ଦାନିସ କାନେରିଆ । ତେବେ ସେ ହିନ୍ଦୁ ହୋଇଥିବା ଯୋଗୁଁ ଟିମରେ ଅସହଯୋଗର ଶୀକାର ହୋଇଥିବା କହି ପୂର୍ବରୁ ଚର୍ଚ୍ଚାରେ ରହିଥିଲେ କାନେରିଆ ।

ପାକିସ୍ତାନ କ୍ରିକେଟର ପକ୍ଷରୁ ଟ୍ବିଟର ପେଜରେ ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ବ୍ରାଏନ ଲାରାଙ୍କ ଏକ ରେକର୍ଡକୁ ଟ୍ବିଟ କରାଯାଇଥିଲା । ଏହି ଟ୍ବିଚର ଜବାବରେ କାନେରିଆ ଲେଖିଛନ୍ତି "ବ୍ରାଏନ ଲାରା ବିଶ୍ବର ଜଣେ ଶ୍ରେଷ୍ଠ କ୍ରିକେଟର । ତେବେ ଲାରାଙ୍କୁ 5ଥର ଆଉଟ କରିବାର ସୌଭାଗ୍ୟ ଅର୍ଜନ କରିପାରିଛି । ଯଦି ପାକିସ୍ତାନ କ୍ରିକେଟ ବୋର୍ଡ ଅଧିକ ସହଯୋଗ କରିଥାନ୍ତା । ଅଧିକ ରେକର୍ଡ ଭଙ୍ଗ କରିବା ସମ୍ଭବ ହୋଇପାରିଥାନ୍ତା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.