ETV Bharat / sports

କେମିତି ଥିଲା 2007 ଟି-20 ବିଶ୍ବକପର ବୋଲ ଆଉଟ କହିଲେ ଭେଙ୍କଟେସ ପ୍ରଶାଦ

author img

By

Published : Jul 17, 2020, 2:40 AM IST

ପାକିସ୍ତାନ ସହ ସହ ଟି-20 ବିଶ୍ବକପ ଗ୍ରୁପ ମ୍ୟାଚ ଟାଇ ହେବା ପରେ କେମିତି ଥିଲା ବୋଲ ଆଉଟ ସେ ବିଷୟରେ କହିଲେ ସେତେବେଳର ବୋଲିଂ କୋଚ ଭେଙ୍କଟେଶ ପ୍ରାଶଦ । ଅଧିକ ପଢ଼ନ୍ତୁ...

Having Sehwag & Uthappa, I had to back my instinct, Prasad on bowl-out picks, 2007 ଟି-20 ବିଶ୍ବକପର ବୋଲ ଆଉଟ, ବୋଲିଂ କୋଚ ଭେଙ୍କଟେଶ ପ୍ରଶାଦ
କେମିତି ଥିଲା 2007 ଟି-20 ବିଶ୍ବକପର ବୋଲ ଆଉଟ କହିଲେ ଭେଙ୍କଟେସ ପ୍ରଶାଦ

ନୂଆଦିଲ୍ଲୀ: 2007 ଟି -20 ବିଶ୍ବକପରେ ଭାରତର ଦ୍ବିତୀୟ ଗ୍ରୁପ ମ୍ୟାଚ୍ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହୋଇଥିଲା ଏବଂ ଏହାର ନିର୍ଣ୍ଣୟ ଏକ ବୋଲ-ଆଉଟ ଦ୍ବାରା ହୋଇଥିଲା । ଯାହା ଏକ ବିରଳ ଉଦାହରଣ ମଧ୍ୟ ଥିଲା । ଏହି ଟୁର୍ନାମେଣ୍ଟରେ କହିବାକୁ ଗଲେ ଭାରତର ଏହା ଦ୍ବିତୀୟ ମ୍ୟାଚ ଥିଲା କିନ୍ତୁ ସ୍କଟଲ୍ୟାଣ୍ଡ ବିପକ୍ଷ ନିର୍ଦ୍ଧାରିତ ପ୍ରଥମ ଖେଳ ବର୍ଷାରେ ଧୋଇଯିବା କାରଣରୁ ଏହା ଭାରତର ପ୍ରଥମ ମ୍ୟାଚ ହିଁ ଥିଲା ।

ଭାରତ କିନ୍ତୁ ବୋଲର ଆଉଟ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଲାଇନ୍ ଅପ୍ କରିଥିଲା ​​। ସେମାନେ ସ୍ପିନର ହରଭଜନ ସିଂଙ୍କ ସହ ଯାଇଥିବା ବେଳେ ବିରେନ୍ଦର ସେହୱାଗ ଏବଂ ରବିନ୍ ଉଥାପ୍ପା ଅନ୍ୟ ଦୁଇ ବୋଲର ଥିଲେ।

‘‘ଆମେ ବିଶ୍ବକପର ନିୟମ ଏବଂ ନିୟମାବଳୀ ଦେଇ ଯାଇଥିଲୁ। ସେତେବେଳେ ମ୍ୟାଚ ଟାଇ ହେଉନଥିଲା ତେଣୁ ସୁପର ଓଭର ନିୟମ ମଧ୍ୟ ନଥିଲା, ବୋଲ-ଆଉଟ ଥିଲା । ନିଶ୍ଚିତ ଭାବେ ଆମେ ସବୁବେଳେ ଏହାକୁ ଅଭ୍ୟାସ କରୁଥିଲୁ,’’ ବୋଲି ସେତେବଳେ ଭାରତୀୟ ଟିମର ବୋଲିଂ କୋଚ ଥିବା ଭେଙ୍କଟେଶ ପ୍ରସାଦ ରବିଚନ୍ଦ୍ରନ ଅଶ୍ବିନଙ୍କ ୟୁଟ୍ୟୁବ୍‌ ସୋ ଡିଆରଏସ ୱିଥ ଏଶ୍‌ରେ କହିଛନ୍ତି ।

‘‘ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ମଧ୍ୟରେ ଆମର ଏହି ପ୍ରତିଯୋଗିତା ହୋଇଥିଲା। ଏମଏସ ଧୋନି, ସେହୱାଗ ଏବଂ ରବିନ୍ ଉଥାପ୍ପାଙ୍କ ଭଳି ଅଧିକାଂଶ ବ୍ୟାଟ୍ସମ୍ୟାନ୍ ବୋଲିଂ କରିବାକୁ ଚାହୁଁଥିଲେ। ନେଟ୍ସରେ ଆମର ଏହି ପ୍ରତିଯୋଗିତା ହୋଇଥିଲା,’’ ବୋଲି ପ୍ରସାଦ ସ୍ପଷ୍ଟ କରିଛନ୍ତି।

‘‘ମୁଁ ପଛରୁ ଦେଖୁଥିଲି ଯେ କଣ ଘଟୁଛି। ତେଣୁ ମୁଁ ଜାଣିଥିଲି ଯେ କିଏ କ୍ରମାଗତ ଭାବେ ୱିକେଟକୁ ହିଟ୍‌ କରି ପାରିବ । ସେତେବେଳେ ମୁଁ ସେହୱାଗ, ଉଥାପ୍ପା ଏବଂ ହରଭଜନଙ୍କୁ ୱିକେଟକୁ ହିଟ କରିବା ଦେଖିଥିଲି ।’’

‘‘ତେଣୁ ଆମେ କହିଲୁ ଠିକ ଅଛି। ଆମର ପ୍ରଥମ ମ୍ୟାଚରେ ଏକ ବୋଲ୍ ଆଉଟ୍ ହେବ ବୋଲି କେହି ଆଶା କରି ନଥିଲେ। ଏହା ଏକ କଠିନ ମ୍ୟାଚ ଥିଲା। ଏହା ଏକ ବୋଲ-ଆଉଟ୍ ଥିଲା । ଏମଏସ ଧୋନିଙ୍କୁ ମନାଇବା ମୋ ପାଇଁ କଛିନ କାମ ନଥିଲା ଯେତେବେଳେ ମୁଁ ତାଙ୍କୁ କହିଲି ଯେ ଏହି ଖେଳାଳିମାନେ ଭଲ କରୁଛନ୍ତି ।’’

‘‘ଆମକୁ ମଧ୍ୟ ଆମର ସୁଯୋଗ ନେବାକୁ ପଡିଥିଲା। ସେହୱାଗ ଏବଂ ଉଥାପ୍ପା ଥିବାରୁ ଆମେ ସେଠାରେ ଟିକିଏ ଚାନ୍ସ ନେଇଥିଲୁ। ମୋ ମନକଥାକୁ ସମର୍ଥନ କରି ନିଷ୍ପତ୍ତି ନେବାକୁ ପଡିଥିଲା। ସ୍ଲୋ ବୋଲରମାନେ ସେମାନଙ୍କ ଶରୀର ଏବଂ ଡେଲିଭେରିକୁ ଅଧିକ ନିୟନ୍ତ୍ରଣ କରନ୍ତି। ସେମାନଙ୍କର ଏକ ଷ୍ଟ୍ରେଟ ଆର୍ମ ଆକ୍ସନ ମଧ୍ୟ ଥାଏ।’’

ଘଟଣାରୁ ପ୍ରକାଶ ଯେ ପାକିସ୍ତାନର ୟାସିର ଆରାଫାଟ, ଉମର ଗୁଲ ଏବଂ ଶାହିଦ ଆଫ୍ରିଦି ମିସ କରିଥିବା ବେଳେ ଭାରତର ସମସ୍ତ ତିନି ବୋଲର ଷ୍ଟମ୍ପକୁ ହିଟ କରିଥିଲେ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.