ETV Bharat / sports

ଇଂଲଣ୍ଡ ବନାମ ପାକିସ୍ତାନ: ବର୍ଷା ବାଧକ, 4ର୍ଥ ଦିନ ଷ୍ଟମ୍ପ ଅପସାରଣ

author img

By

Published : Aug 16, 2020, 9:56 PM IST

4ର୍ଥ ଦିନ ଷ୍ଟମ୍ପ ସୁଦ୍ଧା ପାକିସ୍ତାନ ପ୍ରଥମ ଇଂନିସ 236 ରନରେ ଶେଷ । ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର 7/1 ରହିଛି ।

ENG VS PAK 2nd Test: England reach 7/1 as rain plays havoc
ଇଂଲଣ୍ଡ ବନାମ ପାକିସ୍ତାନ: ବର୍ଷା ବାଧକ, 4ର୍ଥ ଦିନ ଷ୍ଟମ୍ପ ଅପସାରଣ

ସାଉଥାମ୍ପଟନ: ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । 4ର୍ଥ ଦିନର ସଂପୂର୍ଣ୍ଣ ଖେଳ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନାହିଁ । ଫଳରେ ଶୀଘ୍ର ଷ୍ଟମ୍ପ ଅପରାସାରଣ ହୋଇଛି ।

Play abandoned for the day. Another frustrating day.

Scorecard/Clips: https://t.co/UScWyHoiaK#ENGvPAK pic.twitter.com/jPAA9VepEv

— England Cricket (@englandcricket) August 16, 2020 ">

ପାକିସ୍ତାନ ପ୍ରଥମ ଇଂନିସ 236 ରନରେ ଶେଷ ହୋଇଥିଲା । ପାକିସ୍ତାନ ପକ୍ଷରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ 7 ଚୌକା ସହାୟତାରେ ସର୍ବାଧିକ 72 ରନର ଅର୍ଦ୍ଧଶତୀୟ ଇଂନିସ ଖେଳିଛନ୍ତି ।

ଅନ୍ୟପଟେ ଇଂଲଣ୍ଡର ଦୁଇ ଷ୍ଟାର ବୋଲିର ଷ୍ଟୁଆର୍ଡ ବ୍ରଡ ଓ ଜେମ୍ସ ଆଣ୍ଡରସନ ଯଥାକ୍ରମେ 4ଟି ଓ 3ଟି ୱିକେଟ ଅକ୍ତିଆର କରିଛନ୍ତି । ପରେ ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର 7/1 ରହିଛି । ଇଂଲଣ୍ଡ ଇଂନିସର ମାତ୍ର 5 ଓଭର ପରେ ବର୍ଷା ଯୋଗୁଁ 4ର୍ଥ ଦିନର ଷ୍ଟମ୍ପ ଅପସାରଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସାଉଥାମ୍ପଟନ: ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । 4ର୍ଥ ଦିନର ସଂପୂର୍ଣ୍ଣ ଖେଳ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନାହିଁ । ଫଳରେ ଶୀଘ୍ର ଷ୍ଟମ୍ପ ଅପରାସାରଣ ହୋଇଛି ।

ପାକିସ୍ତାନ ପ୍ରଥମ ଇଂନିସ 236 ରନରେ ଶେଷ ହୋଇଥିଲା । ପାକିସ୍ତାନ ପକ୍ଷରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ 7 ଚୌକା ସହାୟତାରେ ସର୍ବାଧିକ 72 ରନର ଅର୍ଦ୍ଧଶତୀୟ ଇଂନିସ ଖେଳିଛନ୍ତି ।

ଅନ୍ୟପଟେ ଇଂଲଣ୍ଡର ଦୁଇ ଷ୍ଟାର ବୋଲିର ଷ୍ଟୁଆର୍ଡ ବ୍ରଡ ଓ ଜେମ୍ସ ଆଣ୍ଡରସନ ଯଥାକ୍ରମେ 4ଟି ଓ 3ଟି ୱିକେଟ ଅକ୍ତିଆର କରିଛନ୍ତି । ପରେ ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର 7/1 ରହିଛି । ଇଂଲଣ୍ଡ ଇଂନିସର ମାତ୍ର 5 ଓଭର ପରେ ବର୍ଷା ଯୋଗୁଁ 4ର୍ଥ ଦିନର ଷ୍ଟମ୍ପ ଅପସାରଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.