ETV Bharat / sports

ଜୁଲାଇରେ ହୋଇପାରେ ଦିଲ୍ଲୀ କ୍ରିକେଟ ଆସୋସିଏସନ ନିର୍ବାଚନ

author img

By

Published : May 24, 2020, 1:17 PM IST

ଜୁଲାଇ ମାସରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA) ନିର୍ବାଚନ ହେବା ନେଇ ବାଜିଲ ବିଗୁଲ । ଡିଡିସିଏ ଲୋକପାଳ ତଥା ବିଚାରପତି ଦୀପକ ବର୍ମା ଏନେଇ ସୂଚନା ଦେଇଛନ୍ତି ।

DDCA election 'most likely to take place after june
ଜୁଲାଇରେ ହୋଇପାରେ ଦିଲ୍ଲୀ କ୍ରିକେଟ ଆସୋସିଏସନ ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA) ନିର୍ବାଚନ ନେଇ ବାଜିଲ ବିଗୁଲ । ଡିଡିସିଏ ଲୋକପାଳ ତଥା ବିଚାରପତି ଦୀପକ ବର୍ମାଙ୍କ ବଡ ବୟାନ ସାମ୍ନାକୁ ଆସିଛି ।

ଜୁନ ଶେଷରେ ଅର୍ଥାତ ଜୁଲାଇ ମାସରେ ନିର୍ବାଚନ ହେବ ବୋୱି କହିଛନ୍ତି ଡିଡିସିଏ ଲୋକପାଳ ଦୀପକ ବର୍ମା । ତେବେ ଜୁନ ମାସରେ ନିର୍ବାଚନ ନହେଲେ, ମୋଟ 6ଟି ପଦ ପାଇଁ ନିର୍ବାଚନ ହେବ । ମାତ୍ର ଜୁନ ପୂର୍ବରୁ ନିର୍ବାଚନ ହେଲେ, ସଭାପତି, କୋଷାଧ୍ୟକ୍ଷ ଓ ଦୁଇ ନିର୍ଦ୍ଦେଶକ ପଦ ସହ ମୋଟ 4ଟି ପଦ ପାଇଁ ନିର୍ବାଚନ ହେବ ।

ବୋର୍ଡ ନିର୍ବାଚନ ନେଇ ସମସ୍ତ ତଥ୍ୟ ଡିଡିସିଏ ନିର୍ବାଚନ ଅଧିକାରୀ ନବୀନ ଚାୱଲାଙ୍କୁ ପଠାଯିବ ବୋଲି କହିଛନ୍ତି ବିଚାରପତି ଦୀପକ ବର୍ମା । ପରବର୍ତ୍ତୀ ଅନଲାଇନ ଶୁଣାଣି ଜୁନ 16 ତାରିଖରେ ହେବ ।

ପୂର୍ବରୁ ରଜତ ଶର୍ମା ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA)ର ସଭାପତି ରହିଥିଲେ । ତେବେ ସେ ପଦରୁ ଇସ୍ତଫା ଦେବା ପରେ ଏହି ସ୍ଥାନ ଖାଲି ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.