ନୂଆଦିଲ୍ଲୀ: କ୍ବାରେଣ୍ଟିନରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(CAB) ସଭାପତି ଅଭିଷେକ ଡାଲମିୟା । ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି କୋରୋନା ପଜିଟିଭ ଜଣାପଡିବା ପରେ, ଡାଲମିୟା କ୍ବାରେଣ୍ଟିନରେ ରହିଥିବା ଜଣାପଡିଛି ।
ଲାଲ ବଜାରରେ ପୋଲିସ ଅଧିକାରୀଙ୍କ ସହ ବୈଠକବେଳେ ବୋର୍ଡ ପକ୍ଷରୁ ଯୋଗ ଦେଇଥିଲେ ଡାଲମିୟା । ଏହି ବୈଠକରେ ସ୍ନେହାଶିଷ ଗାଙ୍ଗୁଲି ଇଡେନ ପରିଦର୍ଶନ ସହ ବୈଠକରେ ପରେ ଯୋଗ ଦେଇଥିଲେ ବୋଲି ସେ କହିଛନ୍ତି ।
ସିଏବି ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ରହିଛନ୍ତି । ପୂର୍ବରୁ ଗାଙ୍ଗୁଲି ମଧ୍ୟ ହୋମ କ୍ବାରେଣ୍ଟିନରେ ରହିବା ନେଇ ସୂଚନା ଦେଇଥିଲେ । ରିପୋର୍ଟ ପଜିଟିଭ ଜଣାପଡିବା ପରେ ଚିକିତ୍ସା ପାଇଁ ସିଏବି ସମ୍ପାଦକ ସ୍ନେହାଶିଷଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।