ଲକ୍ଷ୍ନୌ: ସ୍ଥାନୀୟ ଅଟଳ ବିହାରୀ ଷ୍ଟାଡିୟମରେ ଭୋଜପୁରୀ ପ୍ରିମିୟର ଲିଗ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି । ବିଜେପି ନେତା ମନୋଜ ତିୱାରୀଙ୍କ ଟିମ ଭୋଜପୁରୀ ଟାଇଗର୍ସ ଫାଇନାଲରେ ପ୍ରବେଶ କରିଛି । ରବିବାର ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।
ଏକାଧିକ ଭୋଜପୁରୀ ଷ୍ଟାରଙ୍କର ଟିମ ଏହି ଟୁର୍ଣ୍ଣାମେଣ୍ଟରେ ପରସ୍ପର ମଧ୍ୟରେ ମ୍ୟାଚ ଖେଳୁଛନ୍ତି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ବାରା ଭୋଜପୁରୀ ଭାଷା, ସଂସ୍କୃତି ଓ କଳାର ପ୍ରଚାର ପ୍ରସାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଭୋଜପୁରୀ ଷ୍ଟାର ତଥା ବିଜେପି ନେତା ମନୋଜ ତିୱ୍ବାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ