ETV Bharat / sports

ନଭେମ୍ବର 19ରୁ ଘରୋଇ କ୍ରିକେଟ ଆରମ୍ଭ କରିବ ବିସିସିଆଇ ! - domestic season

ବିସିସିଆଇ 19 ନଭେମ୍ବରରେ ସୟଦ ମୁସ୍ତାକ୍‌ ଅଲ୍ଲୀ ଟି -20 ଟୁର୍ଣ୍ଣାମେଣ୍ଟ ସହିତ ଘରୋଇ ଋତୁ ଆରମ୍ଭ ପାଇଁ ଯୋଜନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି ।

ନଭେମ୍ବର 19ରୁ ଘରୋଇ କ୍ରିକେଟ ଆରମ୍ଭ କରିବ ବିସିସିଆଇ !

author img

By

Published : Aug 9, 2020, 10:33 PM IST

ନୂଆଦିଲ୍ଲୀ: ବିସିସିଆଇ 19 ନଭେମ୍ବରରେ ସୟଦ ମୁସ୍ତାକ୍‌ ଅଲ୍ଲୀ ଟି -20 ଟୁର୍ଣ୍ଣାମେଣ୍ଟ ସହିତ ଘରୋଇ ଋତୁ ଆରମ୍ଭ ପାଇଁ ଯୋଜନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ବିଭିନ୍ନ ଆଇପିଏଲ୍ ଦଳର ଭାରତୀୟ ଖେଳାଳିମାନେ କ୍ବାରେଣ୍ଟାଇନ ପ୍ରୋଟୋକଲ କାରଣରୁ ପ୍ରଥମ ରାଉଣ୍ଡ ଖେଳି ପାରିବେ ନାହିଁ |

ଚଳିତ ଥର କୋରୋନା ମହାମାରୀ କାରଣରୁ ଘରୋଇ ଋତୁ ଆରମ୍ଭରେ ବିଳମ୍ବ ହେଉଛି । ତେବେ କେବଳ ମୁସ୍ତାକ୍ ଅଲି ଟ୍ରଫି ଏବଂ ରଣଜୀ ଟ୍ରଫି ଖେଳାଯିବର ଯୋଜନା ରହିଛି | ଚଳିତ ବର୍ଷ ବିଜୟ ହଜାରେ ଟ୍ରଫି, ଦୁଲ୍ଲୀପ୍ ଟ୍ରଫି କିମ୍ବା ଚ୍ୟାଲେଞ୍ଜର୍ ସିରିଜ୍ ହେବ ନାହିଁ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଇରାନ କପ୍ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ‘‘ଏହା ଏକ ପରୀକ୍ଷାମୂଳକ ତାଲିକା ଯାହା ପ୍ରସ୍ତୁତ ହୋଇଛି । ଏହା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ଅନୁମୋଦନ ପାଇଁ ଯାଇଛି ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.