ETV Bharat / sports

ବିକ୍ଷୋଭରୁ ଓହରିଲେ ବାଂଲାଦେଶୀ କ୍ରିକେଟର

author img

By

Published : Oct 24, 2019, 11:33 AM IST

ଆଶଙ୍କାରୁ ଉଠିଲା ପରଦା । ଭାରତ ଆସିବେ ବାଂଲାଦେଶୀ ଖେଳାଳି । 11ଦଫା ଦାବି ବିସିବି ମାନିବା ପରେ ବିକ୍ଷୋଭରୁ ଓହରିଲେ ବାଂଲାଦେଶ କ୍ରିକେଟର ।

cricket

ଢାକା: 11ଦଫା ଦାବିରେ ନିଜ କ୍ରିକେଟ ବୋର୍ଡ(ବିସିବି) ବିରୁଦ୍ଧରେ ବାଂଲାଦେଶ କ୍ରିକେଟର ଅନିଶ୍ଚିତ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ତେବେ ଏହି ବିକ୍ଷୋଭରୁ ଓହରି ଯାଇଛନ୍ତି ବାଂଲା ଖେଳାଳି । ଏହି ସୂଚନା ବିସିବିର ସିଇଓ ନିଜାମୁଦ୍ଦିନ ଚୌଧରୀ ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କାର୍ଯ୍ୟସୂଚୀ ଅନୁସାରେ ଖେଳାଳିମାନେ ଭାରତ ଗସ୍ତ କରିବେ । ଖେଳାଳିମାନଙ୍କ ସମସ୍ତ ଦାବି ବିସିବି ମାନି ନେଇଛି ।

ସୂଚନାମୁତାବକ, ଗତ ଅକ୍ଟୋବର 21ତାରିଖରୁ ବାଂଲାଦେଶର 60କ୍ରିକେଟର ହଠାତ୍‌ ଧାରଣାରେ ବସିଥିଲେ । ଏହାର ସୂଚନା ସାକିବ-ଅଲ-ହସନ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିଲେ ।

କ୍ରିକେଟ ସହ ଜଡିତ କୌଣସି ପ୍ରକାର କାର୍ଯ୍ୟକ୍ରମରେ ବାଂଲାଦେଶ କ୍ରିକେଟର ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଥିଲେ । ଫଳରେ ଭାରତ-ବାଂଲାଦେଶ ସିରିଜ ନେଇ ଆଶଙ୍କା ସୃଷ୍ଟ ହୋଇଥିଲା ।

ବାଂଲାଦେଶ ଦଳ ଭାରତ ଗସ୍ତରେ ଆସି ନଭେମ୍ବର 3ରୁ ଟି20 ଓ ପରେ ଟେଷ୍ଟ ସିରିଜର ଖେଳିବାର କାର୍ଯ୍ୟସୂଚୀ ରହିଛି ।

Intro:Body:

uu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.