ହାଇଦ୍ରାବାଦ: COVID-19 ପରୀକ୍ଷାରେ କେନ ରିଚାର୍ଡସନଙ୍କ ରକ୍ତନମୁନା ନେଗେଟିଭ ଆସିଛି । ଫଳରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳରେ ଖେଳିବାର ସମ୍ଭାବନା ଏବେ ରହିଛି ।
-
Kane Richardson has tested negative for COVID-19 and is back at the SCG 🤗pic.twitter.com/NlIwMw0Urv
— ICC (@ICC) March 13, 2020 " class="align-text-top noRightClick twitterSection" data="
">Kane Richardson has tested negative for COVID-19 and is back at the SCG 🤗pic.twitter.com/NlIwMw0Urv
— ICC (@ICC) March 13, 2020Kane Richardson has tested negative for COVID-19 and is back at the SCG 🤗pic.twitter.com/NlIwMw0Urv
— ICC (@ICC) March 13, 2020
ଅଷ୍ଟ୍ରେଲିଆ କ୍ରିକେଟର କେନ ରିଚାର୍ଡସନଙ୍କୁ କୋରୋନା ସଂକ୍ରମିତ ସନ୍ଦେହ କରାଯାଇଥିଲା । ରିଚାର୍ଡସନ ଅସୁସ୍ଥ ଦର୍ଶାଇବା ପରେ, ତାଙ୍କୁ ପୃଥକ ରଖାଯାଇ COVID-19 ପରୀକ୍ଷା କରାଯାଇଛି । ତେବେ ତାଙ୍କର ରକ୍ତ ନମୁନା ନେଗେଟିଭ ଆସିଛି ।
ରିଚାର୍ଡସନ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିଥିବା ଅଷ୍ଟ୍ରେଲିଆ ଦିନିକିଆ ଦଳର ସଦସ୍ୟ ଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳରେ ମଧ୍ୟ ସାମିଲ ଅଛନ୍ତି ରିଚାର୍ଡସନ । ମାତ୍ର କୋରୋନା ପରୀକ୍ଷା କାରଣରୁ ସେ ପ୍ରଥମ ଦିନିକିଆରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ସେନ୍ ଏବଟ୍ ଅଷ୍ଟ୍ରେଲିଆ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ କୋରୋନା ଭାଇରସ ପାଇଁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି ।