ETV Bharat / sports

ଅଷ୍ଟ୍ରେଲିଆ କୋଚ୍‌ଙ୍କୁ ଦରକାର ଧୋନିଙ୍କ ପରି ଫିନିସର୍‌ - Justin Langer

ମଙ୍ଗଳବାର ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି, ଅଷ୍ଟ୍ରେଲିଆ ଦଳ ପାଇଁ ମହେନ୍ଦ୍ର ସିଂ ଧୋନି କିମ୍ବା ମାଇକେଲ ବିଭାନଙ୍କ ପରି ଫିନିସର ଦରକାର ଅଛନ୍ତି । ଅଧିକ ପଢନ୍ତୁ...

australian-coach-justin-langer-needs-a-finisher-like-dhoni
ଅଷ୍ଟ୍ରେଲିଆ କୋଚ୍‌ଙ୍କୁ ଦରକାର ଧୋନିଙ୍କ ପରି ଫିନିସର୍‌
author img

By

Published : Mar 11, 2020, 2:26 AM IST

ମେଲବୋର୍ଣ୍ଣ: ଧୋନିଙ୍କ ପ୍ରଶଂସାରେ କଙ୍ଗାରୁ କୋଚ୍‌ । ଅଷ୍ଟ୍ରେଲିଆ କୋଚ୍‌ଙ୍କୁ ଦରକାର ଧୋନିଙ୍କ ପରି ଫିନିସର୍‌ । କଙ୍ଗାରୁ ଦଳରେ ନାହାନ୍ତି ମାହିଙ୍କ ପରି ବେଷ୍ଟ ଫିନିସର । ମଙ୍ଗଳବାର ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି ଏପରି କବହିଛନ୍ତି । ଅଷ୍ଟ୍ରେଲିଆ ଦଳ ପାଇଁ ମହେନ୍ଦ୍ର ସିଂ ଧୋନି କିମ୍ବା ମାଇକେଲ ବିଭାନଙ୍କ ପରି ଫିନିସର ଦରକାର ଅଛନ୍ତି ବୋଲି କହିଛନ୍ତି ଜଷ୍ଟିନ ଲାଙ୍ଗର ।

ତେବେ ଲାଙ୍ଗର କହିଛନ୍ତି, “ଆମେ ବହୁତ ଭାଗ୍ୟବାନ ଥିଲୁ ଯେ ଆମ ଦଳରେ ମାଇକ ହସି ଓ ମାଇକେଲ ବିଭାନଙ୍କ ଭଳି ଫିନିସର ରହିଥିଲେ । ଭାରତ ପାଇଁ ମହେନ୍ଦ୍ର ସିଂହ ଧୋନି ଏହି କାମ କରୁଥିଲେ । ଫିନିସର ଭାବେ ଧୋନି ଜଣେ ମାଷ୍ଟର । ସେହିପରି ଇଂଲଣ୍ଡ ପାଇଁ ଜୋସ୍‌ ବଟଲର ମଧ୍ୟ ମ୍ୟାଚ ଫିନିସର ଅଟନ୍ତି । ମୋ ହିସାବରେ ଏବେ ପ୍ରତି ଟିମ୍‌ ଏମାନଙ୍କ ଭଳି ଜଣେ ଶ୍ରେଷ୍ଠ ଫିନିସରଙ୍କୁ ଦଳରେ ରଖିବାକୁ ଚାହୁଁଛନ୍ତି । ”

ଉଲ୍ଲେକାଥାଉ କି, ଅଷ୍ଟ୍ରେଲିଆ ମାର୍ଚ୍ଚ 13ରୁ ନ୍ୟୁଜିଲାଣ୍ତ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ । ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ପାଇଁ କିଏ ଫିନିସର ଭୂମିକା ନିର୍ବାହ କରୁଛି, ତା’ହା ଉପରେ ଲାଙ୍ଗର ନଜର ରଖିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.