ନୂଆଦିଲ୍ଲୀ: ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂହ ପୂର୍ବତନ କ୍ୟାପଟେନ ଅନିଲ କୁମ୍ବଲେଙ୍କୁ ନେଇ ରଖିଛନ୍ତି ବଡ ବୟାନ । କୁମ୍ବଲେ ଭାରତର ସର୍ବାକାଳୀନ ମହାନତମ ମ୍ୟାଚ ୱିନର ବୋଲି ହରଭଜନ କହିଛନ୍ତି ।
ହରଭଜନ ଟେଷ୍ଟ କ୍ୟାରିୟରର ଅଧିକାଂଶ ମ୍ୟାଚ କୁମ୍ବଲେଙ୍କ ସମୟରେ ଖେଳିଛନ୍ତି । 2007 ନଭେମ୍ବରରେ କୁମ୍ବଲେ ଭାରତୀୟ ଟିମର କ୍ୟାପଟେନ ମଧ୍ୟ ହୋଇଥିଲେ । ଭାରତର ମହାନ ସ୍ପିନର କୁମ୍ବଲେଙ୍କୁ ହରଭଜନ ପ୍ରଶଂସା କରିବା ସହ, ମ୍ୟାଚ ପ୍ରତି ପ୍ରତିବଦ୍ଧତା ଅବିଶ୍ବସନୀୟ ଥିଲା ବୋଲି କହିଛନ୍ତି । କ୍ରିକେଟ ଇତିହାସର ସର୍ବକାଳୀନ ଶ୍ରେଷ୍ଠ ବୋଲରଙ୍କ ମଧ୍ୟ କୁମ୍ବଲେ ଅନ୍ୟତମ ରହିଛନ୍ତି ।
ଅଷ୍ଟ୍ରେଲିଆର ସେନ ୱାର୍ଣ୍ଣେ ଓ ଶ୍ରୀଲଙ୍କାର ମୁଥୟା ମୁରଲିଧରନଙ୍କ ପରେ ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ୱିକେଟ ହାସଲକାରୀ ବୋଲିର ତାଲିକାରେ କୁମ୍ବଲେ 619 ୱିକେଟ ସହ 3ୟ ସ୍ଥାନରେ ରହିଛନ୍ତି । 271 ଦିନିକିଆରୁ 337 ୱିକେଟ ମଧ୍ୟ କୁମ୍ବଲେଙ୍କ ନାମରେ ରହିଛି ।
ଗୋଟିଏ ଟେଷ୍ଟ ଇଂନିସରେ 10ଟି ୱିକେଟ ଅକ୍ତିଆର କରିବାରେ, ଜିମ ଲେକରଙ୍କ ପରେ ଦ୍ବିତୀୟ ବୋଲର ରହିଛନ୍ତି କୁମ୍ବଲେ । ଏଥିସହିତ କ୍ରିକେଟର ଲମ୍ବା ଫର୍ମାଟରେ ଶତକ ମଧ୍ୟ ହାସଲ କରିଛନ୍ତି ।