ETV Bharat / sports

ଇଂଲଣ୍ଡ ବିଶ୍ୱକପ୍ ଦଳରୁ ଓପନର ଆଲେକ୍ସ ହେଲ୍ସ ଆଉଟ୍‌ - Alex Hales

ଡ୍ରଗ୍ସ ବ୍ୟବହାର ପାଇଁ ଇଂଲଣ୍ଡ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହେଲ୍ସଙ୍କୁ 21 ଦିନିଆ ବ୍ୟାନ କରାଯାଇଛି । ଏଥିସହିତ ଆୟାରଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷ ସିରିଜ ଓ ଇଂଲଣ୍ଡ ବିଶ୍ବକପ ଦଳରୁ ତାଙ୍କୁ ବହିଷ୍କାର କରାଯାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 30, 2019, 2:02 AM IST

ଲଣ୍ଡନ: ଡ୍ରଗ୍ସ ବ୍ୟବହାର ପାଇଁ ଇଂଲଣ୍ଡ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହେଲ୍ସଙ୍କୁ 21 ଦିନିଆ ବ୍ୟାନ କରାଯାଇଛି । ଏଥି ସହିତ ଆୟାରଲ୍ୟାଣ୍ଡ ଓ ପାକିସ୍ଥାନ ବିପକ୍ଷ ସିରିଜ ଓ ଇଂଲଣ୍ଡ ବିଶ୍ବକପ ଦଳରୁ ତାଙ୍କୁ ବହିଷ୍କାର କରାଯାଇଛି । ତେବେ ତାଙ୍କ ସ୍ଥାନରେ ଯଥାଶୀଘ୍ର ଦଳରେ ଜଣେ ନୂଆ ଖେଳାଳିଙ୍କୁ ସ୍ଥାନ ଦିଆଯିବା ବୋଲି ସୂଚନା ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ ।

ତେବେ ହେଲ୍ସଙ୍କ ବ୍ୟାନକୁ ନେଇ ଇଂଲଣ୍ଡ କ୍ରିକେଟ ଟିମର ମ୍ୟାନେଜିଂ ଡାଇରେକ୍ଟର ଆସଲେ ଜାଇଲ୍ସ ଏମିତି କହିଛନ୍ତି । ସେ କହିଛନ୍ତି, " ଦଳରେ ଗୋଟେ ସନ୍ତୁଳିତ ପରିବେଶ ସୃଷ୍ଟି କରିବାକୁ ଆମେ କଠିନ ପରିଶ୍ରମ କରିଛୁ । ଖେଳାଳିମାନଙ୍କ ଧ୍ୟାନ ଯେମିତି ନ ହଟିବ, ସେଥିପ୍ରତି ଆମକୁ ନଜର ରଖିବାକୁ ପଡ଼ିବ । ଏହାଛଡ଼ା ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ହେଲ୍ସଙ୍କ କ୍ରିକେଟ୍ କ୍ୟାରିୟର ଏବେ ଶେଷ ହୋଇଛି। ଇସିବି ହେଲ୍ସଙ୍କ ସହାୟତା କରିବ ଏବଂ ଆବଶ୍ୟକତା ଅନୁଯାୟୀ ତାଙ୍କୁ ସମର୍ଥନ ଦେବ । "

ତେବେ ଏହା ପ୍ରଥମଥର ପାଇଁ ନୂହେଁ ଯେ, ଇଂଲଣ୍ଡ କ୍ରିକେଟ ବୋର୍ଡ ନିଶା ସେବେନ ପାଇଁ କୌଣସି ଖେଳାଳିଙ୍କୁ ବ୍ୟାନ କରିଛି । ଏହା ପୂର୍ବରୁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକଙ୍କୁ ନିଶା ସେବନ କରିଥିବାରୁ କିଛିଟା ସିରିଜରୁ ବ୍ୟାନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.