ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଏକ ଖାସ୍ ରେକର୍ଡର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍ରେ 150ତମ ମ୍ୟାଚ ପୂରଣ କରିଛନ୍ତି ରାହାଣେ । ଶନିବାର ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏହି ବିରଳ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ।
ରାହାଣେ ଆଇପିଏଲରେ ଏଯାବତ 121.38 ଷ୍ଟ୍ରାଇକ ରେଟ୍ରେ 3933 ରନ ସଂଗ୍ରହ କରିଛନ୍ତି । ଏଥିରେ ଦୁଇଟି ଶତକ ଓ 28ଟି ଅର୍ଦ୍ଧଶତକ ସାମିଲ ରହିଛି ।
ସ୍ପିନର ଅମିତ ମିଶ୍ର ମଧ୍ୟ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ 100ତମ ଆଇପିଏଲ ମ୍ୟାଚ ଖେଳିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଏଯାବତ 151ଟି ମ୍ୟାଚ ଖେଳିସାରିଛନ୍ତି ମିଶ୍ର । ଶୁକ୍ରବାର ଆରସିବି ସ୍ପିନର ୟୁଜଭେନ୍ଦ୍ର ଚହଲ ମଧ୍ୟ 100ତମ ଆଇପିଏଲ ମ୍ୟାଚ ଖେଳିଥିଲେ ।
ଆଇପିଏଲ 2021ର ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ