ETV Bharat / sports

ଡିଡିସିଏ ନିର୍ବାଚନ, ଶେଷ ଦିନରେ 434 ସଦସ୍ୟ ଦେଲେ ଭୋଟ

author img

By

Published : Nov 9, 2020, 5:25 AM IST

କୋଷାଧ୍ୟକ୍ଷ ଓ 4ଟି ନିର୍ଦ୍ଦେଶକ ପଦ ପାଇଁ ଏହି ମତଦାନ ହୋଇଛି । ସୋମବାର ଫଳାଫଳ ପ୍ରକାଶ ପାଇବ । ଅଧିକ ପଢନ୍ତୁ...

434 More Members Vote in DDCA Elections Results on Monday
ଡିଡିସିଏ ନିର୍ବାଚନ, ଶେଷ ଦିନରେ 434 ସଦସ୍ୟ ଦେଲେ ଭୋଟ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(ଡିଡିସିଏ) ନିର୍ବାଚନର ଶେଷ ଦିନରେ ରବିବାର 434 ସଦସ୍ୟ ମତଦାନ କରିଛନ୍ତି । ଶେଷ ଦିନରେ ପ୍ରାର୍ଥୀ ଅଧିକ ସଂଖ୍ୟକ ଭୋଟ ଆଶା ରଖିଥାନ୍ତି, ମାତ୍ର ଏହା ସେପରି ହୋଇନାହିଁ ।

434 More Members Vote in DDCA Elections Results on Monday
ଡିଡିସିଏ

4 ଦିନ ଧରି ଡିଡିସିଏର ମୋଟ 1,776 ସଦସ୍ୟ ମତଦାନ କରିଛନ୍ତି । 5ଟି ପଦ ପାଇଁ ଏହି ମତଦାନ ହୋଇଛି । କୋଷାଧ୍ୟକ୍ଷ ଓ 4ଟି ନିର୍ଦ୍ଦେଶକ ପଦ ପାଇଁ ଏହି ମତଦାନ ହୋଇଛି । ଡିଡିସିଏର ପୂର୍ବତନ ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟଲିଙ୍କ ପୁତ୍ର ରୋହନ ଜେଟଲି ନିର୍ଦ୍ବନ୍ଦ୍ବରେ ଅଧ୍ୟକ୍ଷ ନିର୍ବାଚିତ ହୋଇସାରିଛନ୍ତି ।

ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲି

ସୋମବାର ଏହାର ଫଳାଫଳ ପ୍ରକାଶ ପାଇବ । ସକାଳ 10.00ରୁ ଭୋଟ ଗଣତି ଆରମ୍ଭ ହେବ । ମଧ୍ୟାହ୍ନ 12.00 ସୁଦ୍ଧା କୋଷାଧ୍ୟକ୍ଷ ପଦ ବିଜେତା ସ୍ପଷ୍ଟ ହେବ । କୋଷାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କୁ 882 ଭୋଟର ଆବଶ୍ୟତକା ରହିଛି । 4 ନିର୍ଦ୍ଦେଶକ ପଦର ଫଳାଫଳ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ । ଡିଡିସିଏର ନିର୍ଦ୍ଦେଶକ ତଥା ନିର୍ବାଚନ ଅଧିକାରୀ ସଞ୍ଜୟ ଭରଦ୍ବାଜ ଏହା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.